Advertisment

ମ୍ୟାଚ୍ ଚାଲୁଥିଲା ବେଳେ ବନ୍ଦ ହୋଇଗଲା ଫ୍ଲଡ୍‌ ଲାଇଟ୍‌

କେଉଁ କାରଣରୁ ହଠାତ୍ ଫ୍ୟୁଜ୍ ହେଉଛି ଫ୍ଲଡ୍ ଲାଇଟ୍ ?

Blackout at Kalinga Stadium unmasks govt’s tall infra claims

Blackout at Kalinga Stadium unmasks govt’s tall infra claims

Advertisment

ମ୍ୟାଚ୍ ଚାଲୁଥିଲା ବେଳେ ବତୀ ଗୁଲ୍। ଷ୍ଟାଡିୟମ୍ ଅନ୍ଧାର ଇଏ ତା ପରର ଚିତ୍ର ଫ୍ଲଡ୍ ଲାଇଟ୍ କାମ କରିବା ବନ୍ଦ କରି ଦେବାରୁ ଦର୍ଶକୀୟ ଗ୍ୟାଲେରୀରେ ଜଳିବାରେ ଲାଗିଲା ସବୁ ଦର୍ଶକଙ୍କ ସ୍ମାର୍ଟଫୋନ୍ ଲାଇଟ। କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଥିବା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଏହି ଘଟଣା ଘଟିଛି। ଗତକାଲି ଇଣ୍ଡିଆନ୍ ସକର୍ ଲିଗ୍ ଆଏସ୍ଏଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଓଡ଼ିଶା ଏଫସି ଓ ଚେନ୍ନାଇ ଏଫସି ମଧ୍ୟରେ ଚାଲିଥିବା ମ୍ୟାଚ୍ ବେଳେ ଘଟିଥିଲା ଏ ଘଟଣା। 

Advertisment

୮୮ ତମ ମିନିଟ୍‌ରେ ପ୍ରଥମେ ହଠାତ୍ ଗୋଟିଏ ଫ୍ଲଡ୍ ଲାଇଟ୍ ଓ ପରବର୍ତ୍ତୀ ୩-୪ ମିନିଟ୍  ଭିତରେ ବାକି ସବୁ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଗଲା। ମିନିଟିଏ କି ଦୁଇ ମିନିଟ୍ ନୁହେଁ ୧୫ ମିନିଟରୁ ଅଧିକ ସମୟ ଧରି ଷ୍ଟାଡିୟମ୍‌ରେ ଛାଇଗଲା ଅନ୍ଧାର। କାଳେ ଲାଇଟ୍ ଆସିଯିବ ସେଇ ଆଶାରେ ଦୁଇ ଦଳର ଖେଳାଳି ଅପେକ୍ଷା କରିଥିଲେ ବି ବିଳମ୍ବ ହେବାରୁ ଗ୍ରୀନରୁମ୍‌କୁ ଚାଲିଯାଇଥିଲେ। ଏହାପରେ ଲାଇଟ୍ ସଜଡ଼ା ହୋଇ ପୁଣି ଖେଳାଗଲା, ଆଉ ଚେନ୍ନାଇକୁ ୩-୨ ଗୋଲରେ ହରାଇ ଜିତିଲା ଓଡ଼ିଶା ଏଫସି।

କେବଳ ଏଇ ଗୋଟିଏ ଥର ନୁହେଁ ପୂର୍ବରୁ ଅନ୍ୟ ଏକ ଆଇଏସ୍ଏଲ୍ ମ୍ୟାଚ୍ ଓ ହକି ଇଣ୍ଡିଆ ଲିଗ୍ ବେଳେ ମଧ୍ୟ ଫ୍ଲଡ୍ ଲାଇଟ୍ ବିଭ୍ରାଟ ପାଇଁ ଖେଳ ବ୍ୟାହତ ହୋଇଥିଲା। ଏ ଭିତରେ ଆସନ୍ତା ଜାନୁଆରୀରେ ହକି ଓ୍ୱାର୍ଲଡ ପାଇଁ ପ୍ରସ୍ତୁତ ହେଉଛି। କଳିଙ୍ଗ ଷ୍ଟାଡିୟମ୍ ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ କେବଳ ଫ୍ଲଡ୍ ଲାଇଟ୍ ବାବଦକୁ ୫ କୋଟି ୩୯ ଲକ୍ଷ ଖର୍ଚ୍ଚ ହୋଇସାରିଛି। ଏହା ବାଦ୍  ଭୁବନେଶ୍ୱରକୁ ସ୍ପୋଟର୍ସ କ୍ୟାପିଟାଲ୍ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର।

Advertisment

ତା ସତ୍ତ୍ୱେ ମ୍ୟାଚ୍ ସମୟରେ ବାରମ୍ବାର କାହିଁକି ଏଭଳି ଅବ୍ୟବସ୍ଥା? କେଉଁ କାରଣରୁ ହଠାତ୍ ଫ୍ୟୁଜ୍ ହେଉଛି ଫ୍ଲଡ୍ ଲାଇଟ୍ ? ପ୍ରତି ମ୍ୟାଚ୍ ପୂର୍ବରୁ ଫ୍ଲଡ୍ ଲାଇଟ୍‌ ଯାଞ୍ଚ ହେଉଛି ନା ନାହିଁ ? ଯଦି ହେଉଛି, ତା ହେଲେ କେଉଁଠି ରହୁଛି ତ୍ରୁଟି? ଏସବୁକୁ ନେଇ ପ୍ରଶ୍ନ ଉଠିଛି।

ଆଇଏସ୍ଏଲ୍ ଫୁଟବଲ ମ୍ୟାଚ୍ ବେଳେ ୧୫ ମିନିଟ୍ କାଳ ଷ୍ଟାଡିୟମ୍ ଅନ୍ଧାର ରହିବାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା ବେଳେ, ସେପଟେ କିନ୍ତୁ ଏନଇ କ୍ରୀଡ଼ା ବିଭାଗ କିମ୍ବା କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

(ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Kalinga Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ