Advertisment

Birmingham Test: ବର୍ମିଂହାମ୍‌ ଟେଷ୍ଟ: ଇଂଲଣ୍ଡ ଆଗରେ ୬୦୮ ରନ୍‌ର ଟାର୍ଗେଟ୍...

୬ ୱିକେଟ୍‌ ବିନିମୟରେ ୪୨୭ ରନ୍‌ରେ ପାଳି ଘୋଷଣା କଲା ଇଣ୍ଡିଆ । ଇଂଲଣ୍ଡ ଆଗରେ ୬୦୮ ରନ୍‌ର ଟାର୍ଗେଟ୍ ରଖିଲା ଟିମ୍ ଇଣ୍ଡିଆ ।

ଅଦ୍ୟତନ ହୋଇଛି
Birmingham Test

Birmingham Test

Advertisment

ବର୍ମିଂହାମ୍‌ ଟେଷ୍ଟ: ଦ୍ବିତୀୟ ଇନିଂସରେ ୪୨୭ରେ ଭାରତର ପାଳି ଘୋଷଣା । ୬ ୱିକେଟ୍‌ ବିନିମୟରେ ୪୨୭ ରନ୍‌ରେ ପାଳି ଘୋଷଣା କଲା ଇଣ୍ଡିଆ । ଇଂଲଣ୍ଡ ଆଗରେ ୬୦୮ ରନ୍‌ର ଟାର୍ଗେଟ୍ ରଖିଲା ଟିମ୍ ଇଣ୍ଡିଆ । 

Advertisment

ଏପଟେ ବର୍ମିଂହାମ୍‌ ଟେଷ୍ଟରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ଆଉ ଏକ ଶତକ । ପ୍ରଥମ ଇନିଂସରେ ଦ୍ବିଶତକ ପରେ ଦ୍ବିତୀୟ ଇନିଂସରେ ଶତକ କଲେ ଅଧିନାୟକ ଶୁବମନ ଗିଲ୍‌ । ୧୨୯ ବଲ୍‌ରୁ ୧୦୦ ରନ ପୂରଣ କଲେ ଗିଲ୍‌ । ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି । ଭାରତର ତୃତୀୟ ଅଧିନାୟକ ଭାବେ ଏପରି ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ଗାଭାସ୍କର ଓ କୋହଲିଙ୍କ ପରେ ରେକର୍ଡ ବୁକ୍‌ରେ ଗିଲ୍ ନିଜ ନାମ ଯୋଡ଼ିଛନ୍ତି । 

ଅଧିକ ପଢ଼ନ୍ତୁ: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ

Advertisment

ତେବେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌ । ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌ । ୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ୩୪୪ ରନ୍‌ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍‌ କରିଥିଲେ । ଚଳିତ ବର୍ମିଂହାମ୍‌ ଟେଷ୍ଟରେ ଗିଲ୍‌ ୩୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସାରିଲେଣି । 

ତେବେ ସିରିଜ୍‌ରେ 0-1ରେ ପଛୁଆ ରହିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତି ସ୍ଥିତି ବରାବର କରିବାକୁ ଆପ୍ରାଣ ଉଦ୍ୟମ କରୁଛି । ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ଭାରତ ବର୍ତ୍ତମାନ ଚାପରେ ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ।

Advertisment
Team India Ind Vs Eng
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: