Advertisment

ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ଭାବିନା

ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାବିନାଙ୍କ ବ୍ୟାକହେଣ୍ଡ, ସ୍ପେନ୍ ଓ ଷ୍ଟ୍ରୋତ୍‌ର ଚତ୍ମକାର ଖେଳ ଆଜି ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bhavina Patel

Bhavina Patel

Advertisment

ଟୋକିଓ: ଭାରତ ପାଇଁ ଗର୍ବ ଆଣିଲେ ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ମିଳିଛି ସିଲଭର। ପାରାଲିମ୍ପିକ୍ସ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ। ତେବେ ଚୀନର ଖେଳାଳୀ ଭାବିନାଙ୍କୁ ୩-୦ ସେଟ୍‌ରେ ପରାଜୟ କରିଛନ୍ତି। କିନ୍ତୁ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି।

Advertisment

ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାବିନାଙ୍କ ବ୍ୟାକହେଣ୍ଡ, ସ୍ପେନ୍ ଓ ଷ୍ଟ୍ରୋତ୍‌ର ଚତ୍ମକାର ଖେଳ ଆଜି ଦେଖିବାକୁ ମିଳିଛି।  ଭାବିନାଙ୍କ ସଫଳତା ପରେ ଗୁଜରାଟ ମେହେସାନାରେ ଖୁସିର ଲହରି ଖେଳି ଯାଇଛି। ପରିବାର, ପରିଜନ, ବନ୍ଧୁ ଓ କହିବାକୁ ଗଲେ ପୁରା ସହର ଏକରକମ ସେଲିବ୍ରେସନ୍ କରୁଛି।

Advertisment

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବିନାଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଐତିହାସିକ ରୌପ୍ୟ ପଦକ ଦେଶବାସୀ ଗର୍ବ ଓ ଗୌରବ ଆଣିଛି। ତାଙ୍କ ଜୀବନ ଯାତ୍ରା ଅନ୍ୟଙ୍କ ପାଇଁ ଉଦାହରଣ ବୋଲି ମୋଦି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। 

Advertisment
Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ