Advertisment

ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ BCCIର ବଡ଼ ଘୋଷଣା...

ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଆଥଲେଟ୍‌ଙ୍କ ସହାୟତା ପାଇଁ ଦେବ ସାଢ଼େ ୮ କୋଟି ଟଙ୍କା।

Paris 2024 Olympics

Paris 2024 Olympics

Advertisment

ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ BCCIର ବଡ଼ ଘୋଷଣା। ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଆଥଲେଟ୍‌ଙ୍କ ସହାୟତା ପାଇଁ ଦେବ ସାଢ଼େ ୮ କୋଟି ଟଙ୍କା। ଭାରତୀୟ ଅଲିମ୍ପିକ ସଂଘ- IOA ପାଇଁ ସାଢ଼େ ୮ କୋଟି ଟଙ୍କାର ସହାୟତା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି BCCI ସଂପାଦକ ଜୟ ଶାହ। 

Advertisment

ଫ୍ରାନ୍ସର ପ୍ୟାରିସରେ ଜୁଲାଇ ୨୬ରୁ ଅଗଷ୍ଟ ୧୧ ଯାଏଁ ଆୟୋଜିତ ହେବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଏଥିରେ ଭାରତରୁ ୧୧୭ ଜଣିଆ କଣ୍ଟିନଜେଣ୍ଟ ଭାଗ ନେବେ। ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଆଥଲେଟ ଏଥିରେ ଭାଗନେବାକୁ ଥିବା ବେଳେ, ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ୨୯ ଜଣ, ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମେମ୍ବର ଯିବେ ପ୍ୟାରିସ । 

Advertisment

ହରିୟାଣାରୁ ସର୍ବାଧିକ ୨୫ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ । 

ପ୍ୟାରିସ୍ ଅଲିମ୍ପିକ୍ସରେ ଓଡିଶାର କିଶୋର ଜେନା (ଜାଭେଲିନ୍ ଥ୍ରୋ) ଓ ଅମିତ ରୋଗିଡାସ୍ (ହକି) ଭାରତର ପ୍ରତିନିଧିତ୍ୱ କରିବେ ।

Advertisment

BCCI Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ