Advertisment

ଭାରତୀୟ ଘରୋଇ କ୍ରିକେଟରଙ୍କ ବଢିଲା ଦରମା

କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

BCCI

BCCI

Advertisment

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟରଙ୍କ ବଢିଲା ଦରମା। ଆଜି ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଆଜି ଟ୍ୱିଟ୍ କରି ଘରୋଇ କ୍ରିକେଟରଙ୍କୁ ଏହି ଖୁସି ଖବର ଦେଇଛନ୍ତି। କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ।

Advertisment

ବିସିସିଆଇ ଘରୋଇ ସିନିୟର କ୍ରିକେଟରଙ୍କ ମ୍ୟାଚ୍ ପିଛା ଦରମା ୬୦ ହଜାର ଟଙ୍କା କରିଛି। ଯେଉଁ ଖେଳାଳି ୪୦ କିମ୍ବା ଏହାଠାରୁ ଅଧିକ ମ୍ୟାଚ୍ ଖେଳିଥିବେ, ସେମାନଙ୍କୁ ପ୍ରତି ମ୍ୟାଚରେ ୬୦ ହଜାର ଟଙ୍କା ମିଳିବ। ସେହିପରି ଅଣ୍ଡର-୨୩ ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପାଇଁ ୨୫ହଜାର ଟଙ୍କା ଏବଂ ଅଣ୍ଡର-୧୯ କ୍ରିକେଟରଙ୍କୁ ପ୍ରତି ମ୍ୟାଚରେ ୨୦ ହଜାର ଟଙ୍କା ଦିଆଯିବ।

କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। କରୋନା କାରଣରୁ ୨୦୨୦-୨୧ରେ ରଣଜୀ ଟ୍ରଫି ସମେତ ପୂରା ଘରୋଇ ସିଜନ୍ ବାତିଲ ହୋଇଥିଲା।

Advertisment

ରଣଜୀ ଟ୍ରଫି କିମ୍ବା ବିଜୟ ହଜାରେ ଟ୍ରଫି ଖେଳୁଥିବା ସିନିୟର କ୍ରିକେଟରଙ୍କୁ ମ୍ୟାଚ୍ ପିଛା ୩୫ ହଜାର ଟଙ୍କା ମିଳିଥାଏ। ଅନ୍ୟପକ୍ଷରେ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବିସିସିଆଇ ଖେଳାଳିଙ୍କୁ ୧୭,୫୦୦ ଟଙ୍କା ଦେଇଥାଏ। କିନ୍ତୁ ଏବେ ରଣଜୀ ଓ ବିଜୟ ହଜାରେ ଟ୍ରଫି ପାଇଁ ୪୦ ହଜାର ଏବଂ ଟି-୨୦ ପାଇଁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯେତେବେଳେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ, ସେ ଘରୋଇ କ୍ରିକେଟରେ ଚୁକ୍ତି ପଦ୍ଧତିକୁ ଲାଗୁ କରିବା କଥା କହିଥିଲେ।

India BCCI Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ