Advertisment

ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଫେବ୍ରୁଆରୀରେ ଭାରତ-ଇଂଲଣ୍ତ ୱାନ୍‌ଡେ ମ୍ୟାଚ୍‌

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍‌ଡେ ମ୍ୟାଚ୍‌। ଫେବ୍ରୁଆରୀ ୯ ତାରିଖ ରବିବାର ଦିନ ଖେଳାଯିବ ୱାନ୍‌ ଡେ।

ଅଦ୍ୟତନ ହୋଇଛି
Ind Vs Eng ODI 2024

Ind Vs Eng ODI

Advertisment

ଓଡ଼ିଶାର କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ଖେଳାଯିବ ୱାନ୍ ଡେ ମ୍ୟାଚ୍। ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ଆସନ୍ତାବର୍ଷ ଫେବ୍ରଆରୀ ୯ ତାରିଖରେ ଏହି ଡେ ନାଇଟ୍ ୱାନ୍ ଡେ ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ଘୋଷଣା କରିଥିବା ଫିକ୍ସରରୁ ଏହା ସ୍ପଷ୍ଟ ହୋଇଛି। 

Advertisment

ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍‌ଡେ ମ୍ୟାଚ୍‌। ଫେବ୍ରୁଆରୀ ୯ ତାରିଖ ରବିବାର ଦିନ ଖେଳାଯିବ ୱାନ୍‌ ଡେ। ତେବେ ବାରବାଟୀକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂତନ ଭାବେ ତିଆରି ପାଇଁ ପ୍ଲାନ ପ୍ରସ୍ତୁତ ହୋଇସାରିଛି। ୭ ଶହ କୋଟି ଟଙ୍କା ବ୍ୟୟରେ ଠିଆ ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ। ଦର୍ଶକ କ୍ଷମତା ବି ୪୨ ହଜାରରୁ ବଢ଼ି ୬୦ ହଜାର ହେବ। ବିସିସିଆଇର ଗ୍ରୀନ୍ ସିଗନାଲ ପରେ ଓସିଏ ପକ୍ଷରୁ ଏନେଇ DPR ପ୍ରସ୍ତୁତ ହୋଇଛି। ଆସନ୍ତା ୨୭ ତାରିଖରେ ବିସିସିଆଇ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟାଡିୟମର ଶୁଭ ଦିଆଯିବ ବୋଲି ସୂଚନା ଦେଇଥିଲେ OCA ସଂପାଦକ।

ଅଧିକ ପଢ଼ନ୍ତୁ: ଭାରତ ବିରୋଧରେ ବିଷ ଉଦ୍‌ଗାରିଲେ ମହମ୍ମଦ ରିଜୱାନ୍, କହିଲେ...

୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ତତ୍କାଳୀନ ଅଲିମ୍ପିକ ଆସୋସିଏସନ୍ ସଂପାଦକ ସ୍ୱର୍ଗତ ଭୈରବ ମହାନ୍ତି ସରକାରଙ୍କଠାରୁ ୯୯ ବର୍ଷିଆ ଲିଜରେ ଜମି ଆଣି ଷ୍ଟାଡିୟମର ନିର୍ମାଣ କରାଇଥିଲେ। ଏହାପରେ ଅଲିମ୍ପିକ୍ ଆସୋସିଏସନ୍‌ଠାରୁ ଓସିଏ ଲିଜରେ ଆଣି ଷ୍ଟାଡିୟମ୍ ପରିଚାଳନା କରୁଥିଲା। ହେଲେ ଗତବର୍ଷଠାରୁ ଓସିଏ ଲିଜ୍ ଅବଧି ସହ ରାଜ୍ୟ ସରକାରଙ୍କ ସହ ଅଲିମ୍ପିକ ଆସୋସିଏସନର ଲିଜ୍ ଅବଧି ବି ସରିଯାଇଛି। ଯାହା ଫଳରେ ବାରବାଟୀର ନିଜସ୍ୱ ଗ୍ରାଉଣ୍ଡ ନ ଥିବାରୁ ମ୍ୟାଚ୍‌ ଆସିବା ବନ୍ଦ ହେଇଯାଇଛି। ବିସିସିଆଇ ବି ଆର୍ଥିକ ସହାୟତା ବନ୍ଦ କରିଦେବାରୁ ବାରବାଟୀର ଉନ୍ନୟନ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

Advertisment

ତେଣୁ ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାଡିୟମ୍ ନବକେଳବର କାମ ହାତକୁ ନିଆଯାଇଥିବା ଓସିଏ କହିଛି। ଏ ନେଇ ରାଜ୍ୟ ସରକାର ପୁଣି ଜମି ଲିଜରେ ଦେବେ। ତେବେ ବାରବାଟୀ ଷ୍ଟାଡିୟମ ସହ ଐତିହ୍ୟ ମଧ୍ୟ ଯୋଡି ହୋଇ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ନ ଭାଙ୍ଗି ଐତିହ୍ୟ ବଜାୟ ରଖିବାକୁ ମତପ୍ରକାଶ ପାଇଛି।

Ind Vs Eng Ind Vs Eng 1st ODI Ind Vs Eng ODI Series Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ