Advertisment

ପ୍ରମୋଦ ଭଗତଙ୍କ ନାଁରେ ହେଲା ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ

ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

closing ceremony

closing ceremony

Advertisment

ଭୁବନେଶ୍ୱର:ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ହେବ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ । ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ।

Advertisment

 ଉଡ଼ାଣ ହେଉଛି ପୂର୍ବ ଭାରତରେ ଥିବା ସବୁଠୁ ବଡ଼  ବେସରକାରୀ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର । ଏଥିରେ ୪ଟି ସିନ୍ଥେଟିକ କୋର୍ଟ ଓ ଗୋଟିଏ ଉଡେନ କୋର୍ଟ ଅଛି । ଉଡେନ କୋର୍ଟକୁ ପ୍ରମୋଦ ଭଗତଙ୍କ ନାଁରେ ନାମିତ କରାଯାଇଛି । ଟୋକିଓ ଯିବା ପୂର୍ବରୁ ଏଠାରେ ପ୍ରାକ୍ଟିସ କରୁଥିଲେ ପ୍ରମୋଦ।   ଏପରିକି ତାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।

ପ୍ରମୋଦଙ୍କ ନାଁରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ‘ଉଡ଼ାନ୍‌’ ।ପ୍ରମୋଦଙ୍କ ସଫଳତାକୁ ନେଇ ଏକାଡେମୀ ପରିସରରେ କେକ୍ କାଟି ସେଲିବ୍ରେସନ କରାଯାଇଛି ।  ଉଡ଼ାନର ଅଧ୍ୟକ୍ଷ ଅଶୋକ ମିଶ୍ର କହିଛନ୍ତି, ଯେଉଁ ୪ଟି ସିନ୍ଥେଟିକ ଉଡେନ କୋର୍ଟ ରହିଛି। ଆଉ ଗୋଟିଏ ଉଡେନ କୋର୍ଟ ଅଲଗା ରହିଛି ଯାହା ପାରା ବାଡମିଣ୍ଟନ ଖେଳାଳିଙ୍କ ପାଇଁ ରଖାଯାଇଛି। ଏହା ପ୍ରମୋଦ ଭଗତଙ୍କ ନାଁରେ ନିମିତ କରାଯାଇଛି। ଏଥିରେ ପାରା ବ୍ୟାଡମିଣ୍ଟନ ଖେଳାଳିମାନେ ଖେଳିବେ। ସେମାନେ ଏଥିରେ ସେମାନେ ହ୍ୱିଲ ଚେୟାରରେ ଖେଳିପାରିବେ ବୋଲି କହିଛନ୍ତି। 

Advertisment

ସୂଚନାଥାଉ କି,   ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ । ୧୯ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ ।

Advertisment

ଉଦଯାପନୀ ସମାରୋହରେ ସୁଟର ଅବନୀ ଲେଖାରା ପତାକା ଧରିଥିଲେ ।  ପାରିଲିମ୍ପିକ୍ସର ଶେଷ ଦିନରେ ବ୍ୟାଡମିଣ୍ଟନରେ ହଂକଂ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ଆଣିଥିଲେ କ୍ରିଷ୍ଣା ନାଗର ।ଏହାପୂର୍ବରୁ ମହିଳା ସୁଟିଂରେ ଅବନୀ ଲେଖାରା, ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ, ପୁରୁଷ ସୁଟିଂରେ ମନିଷ ନରୱାଲ ଏବଂ ବ୍ୟାଡମିଂଟନରେ ଓଡିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

 ସର୍ବାଧିକ ମେଡାଲ ସହ ଟୋକିଓରେ ଇତିହାସ ରଚିଛି ଭାରତ । ମୋଟ ୫୪ ଜଣ ପ୍ରତିଯୋଗୀ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେଇଥିବା ବେଳେ ୧୭ ଜଣ ମେଡାଲ ଜିତିଛନ୍ତି। ସମସ୍ତ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ଦେଶର ଆଗାମୀ ପୀଢି ଆଥଲେଟଙ୍କ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଆଜି ସମସ୍ତେ ସ୍ୱଦେଶକୁ ଫେରିବେ ବୋଲି ଜଣାପଡ଼ିଛି। 

Tokyo Paralympics 2021 Pramod Bhagat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ