Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି।

IND vs WI

IND vs WI

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ଘରୋଇ ଦଳକୁ ୨ ଓ୍ୱିକେଟରେ ପରାସ୍ତ କରିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ ହରାଇ ୩୧୧ ରନ କରିଥିଲା। ଦଳ ପକ୍ଷରୁ ସାଇ ହୋପ୍ ୧୧୫ ରନ କରିଥିଲେ। ସେହିଭଳି ପୁରନ ୭୪ ରନ କରିଥିଲେ।

Advertisment

ଭାରତ ପକ୍ଷରୁ ସାର୍ଦ୍ଦୁଳ ଠାକୁର ୩ ଓ୍ୱିକେଟ ନେଇଥିଲେ। ସେପଟେ ଜବାବରେ ଶିଖର ଧାଓ୍ୱନଙ୍କ ଟିମ୍ ଦୁଇଟି ବଲ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର, ସଞ୍ଜୁ ସାମସନ୍  ଓ ଅକ୍ସର ପଟେଲ ଅର୍ଦ୍ଧଶତକ କରିଥିଲେ। ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି। ଏହି ବିଜୟ ସହ ଭାରତ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି।

BCCI ODI IND Vs WI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ