ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ

ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

Andrew Symonds

ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ । କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମାତ୍ର ୪୬ ବର୍ଷ ବୟସରେ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ । ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

ଶନିବାର ରାତିରେ ଟାଉନସବିଲି ସହରରେ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟା ସମୟରେ ହାର୍ଭେ ରେଞ୍ଜ ରୋଡରେ କାରରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କ କାର ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସାମଣ୍ଡ୍‌ସ ଦୁଇ ଥର ବିଶ୍ୱକପ ବିଜୟୀ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଗଭୀର ଶୋକ ବ୍ୟକ୍ତ କରିଛି । ଏହା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।