Advertisment

ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଷ୍ଟ୍ରେଲିଆ ଚାମ୍ପିଅନ୍

ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଫଟାଫଟ୍ ବିଶ୍ୱକପରେ ଚାମ୍ପିଅନ୍ ହୋଇନଥିଲେ। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଥିଲା।

Australia Champion

Australia Champion

Advertisment

ଦୁବାଇ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଟାଇଟଲ୍ ଟକ୍କରରେ ଅଷ୍ଟ୍ରେଲିଆର ମହାବିଜୟ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ବିଜୟୀ। ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍। ଟି-୨୦ ଫର୍ମାଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଏହି ଟାଇଟଲ୍ ମିଳିଛି। ମାର୍ଶ ଓ ଓ୍ବାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂରେ ନ୍ୟୁଜିଲାଣ୍ଡ ନିରାଶ ହୋଇଛି। ନ୍ୟୁଜିଲାଣ୍ଡ୍ ଦେଇଥିବା ୧୭୩ ରନ୍‌ର ଟାର୍ଗେଟ୍‌କୁ ସହଜରେ ହାସଲ କରିଛି ଅଷ୍ଟ୍ରେଲିଆ

Advertisment

ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡ଼ିଥିଲେ। ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା। ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ। ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

Advertisment

ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ। ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ।

ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଫଟାଫଟ୍ ବିଶ୍ୱକପରେ ଚାମ୍ପିଅନ୍ ହୋଇନଥିଲେ। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଥିଲା।

Advertisment
T20 World Cup T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ