Advertisment

ଅଧୁରା ରହିଗଲା WTC ଚାମ୍ପିଅନ୍ ହେବାର ସ୍ୱପ୍ନ

ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିଲା।

ଅଦ୍ୟତନ ହୋଇଛି
Australia won ICC World Test Champions with win over India

Australia won ICC World Test Champions with win over India

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ WTC ଫାଇନାଲରେ ନିରାଶ କଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆଠାରୁ ୨୦୯ ରନରେ ପରାଜୟ ବରଣ କରିଛି ଭାରତ। ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୨୯୬ ରନ କରିଥିଲା।

Advertisment

ପ୍ରଥମ ଇନିଂସରେ ୧୭୩ ରନର ଅଗ୍ରଣୀ ନେବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୭୦ ରନ କରିବାରୁ ଭାରତ ଆଗରେ ବିଜୟ ପାଇଁ ୪୪୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୨୩୪ ରନ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ କୌଣସି ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକଟିଏ ମଧ୍ୟ କରିପାରିନଥିଲେ। 

Advertisment

ଭାରତର ଦ୍ୱିତୀୟ ପାଳି ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁବମନ ଗିଲ ବ୍ୟକ୍ତିଗତ ଭାବେ ୧୮ ରନ୍‌ ଓ ରୋହିତ ଶର୍ମା ୪୩ ରନ୍‌ କରି ଆଉଟ୍ ହୋଇଥିଲେ। ଭାରତ ୯୨ ରନ୍‌ରେ ଦ୍ୱିତୀୟ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ପରେ ଚେତେଶ୍ୱର ପୂଜାର ୨୭, ବିରାଟ କୋହଲି ୪୯, ଆଜିଙ୍କ୍ୟ ରାହାଣେ ୪୬ ରନ୍‌ କରି ଆଉଟ ହୋଇଥିଲେ। ଯାହାପରେ ସଙ୍କଟ ବଢ଼ି ଯାଇଥିଲା। ରବୀନ୍ଦ୍ର ଜାଡେଜା ଓ ଶାର୍ଦୁଳ ଠାକୁର ବିନା ରନ୍‌ରେ ଆଉଟ୍ ହେବା ପରେ ଶ୍ରୀକର ଭରତ ବହୁ ଚେଷ୍ଟା କରି ମାତ୍ର ୨୩ ରନ୍‌ କରିଥିଲେ। ତେଣୁ ପୂରା ଟିମ୍‌ ମାତ୍ର ୨୩୪ରେ ଆଉଟ୍ ହୋଇଯାଇଥିଲା।

Advertisment

ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଇନିଂସ ରେ ୧୬୩ ରନ ସହ ମୋଟ ୧୮୧ ରନ କରିଥିବା ଟ୍ରାଭିସ୍ ହେଡ୍ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Ind Vs Aus Test Match INDvAUS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ