Advertisment

ପାକିସ୍ତାନର ବିଶ୍ୱକପ୍ ଆଶା ଧୂଳିସାତ୍; ଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା

ଅଷ୍ଟ୍ରେଲିଆର ମାଥ୍ୟୁ ୱିଡେ୍ ୧୯ ଓଭର୍‌ରେ ଲଗାତର ୩ଟି ଛକ୍କା ମାରି ଦଳକୁ ଜିତାଇଛନ୍ତି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ବଲ୍‌ରେ ୫୦ ରନ୍‌ର ଆବଶ୍ୟକତା ଥିଲା। ମ୍ୟାଚ୍ ପାକିସ୍ତାନ ପଟକୁ ଯାଉଥିବାର ଦେଖିବାକୁ ମିଳିଥିଲା।

Pak vs Aus

Pak vs Aus

Advertisment

ଦୁବାଇ: ଟି-୨୦ ବିଶ୍ୱକପରେ ଫାଇନାଲକୁ ଗଲା ଅଷ୍ଟ୍ରେଲିଆ। ପାକିସ୍ତାନ ସହ ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ ପ୍ରବେଶ କରିଛି। ଦ୍ୱିତୀୟ ସେମିରେ ପାକିସ୍ତାନକୁ ୫ ଓ୍ବିକେଟରେ କଙ୍ଗାରୁ ଦଳ ପରାସ୍ତ କରିଥିଲା। ୱାର୍ଣ୍ଣର, ଷ୍ଟୋଇନିସ୍, ୱାଡେଙ୍କ ଦମଦାର ବ୍ୟାଟିଂରେ ଜିତିଲା ଅଷ୍ଟ୍ରେଲିଆ। ଗତକାଲି ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଛି। ଆସନ୍ତା ୧୪ ତାରିଖରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍।

Advertisment

ଅଷ୍ଟ୍ରେଲିଆ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭର ଖେଳି ୪ ୱିକେଟ୍ ହରାଇ ୧୭୬ ରନ୍ କରିଥିଲେ। ଦଳ ପକ୍ଷରୁ ମୋହମ୍ମଜ ରିଜୱାନ ୬୭ ଓ ଫକର ଜମାଁ ୬୫ କରି ନଟ୍‌ଆଉଟ୍ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୨ ୱିକେଟ୍ ନେଇଥିବା ବେଳେ ଆଡମ ଜାମ୍ପା ଓ ପେଟ୍ କମିନ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୭୬ ରନ୍‌ କରିଥିଲା। ଯାହାକୁ ୧୯ ଓଭର ୫ ୱିକେଟ୍ ହରାଇ ଜିତି ନେଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କ ଷ୍ଟୋନିସ ନଟ୍‌ଆଉଟ ରହି ୪୦ ରନ୍ ସଂଗ୍ରହ କରିଥିବା ବେଳେ ମାଥ୍ୟୁ ୱେଡ୍ ୪୧ କରିଥିଲେ। ସେହିପରି ଡେଭିଡ୍ ୱାର୍ଣ୍ଣର୍ ସର୍ବାଧିକ ୪୯ ରନ୍ କରିଥିଲେ। ସେହିପରି ପାକିସ୍ତାନ ତରଫରୁ ଶାଦାବ ଖାନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

Advertisment

କାଳ ହେଲା ୱିଡେଙ୍କ କ୍ୟାଚ୍‌କୁ ହାତଛଡ଼ା କରିବା:-  

 ଅଷ୍ଟ୍ରେଲିଆର ମାଥ୍ୟୁ ୱିଡେ୍ ୧୯ ଓଭର୍‌ରେ ଲଗାତର ୩ଟି ଛକ୍କା ମାରି ଦଳକୁ ଜିତାଇଛନ୍ତି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ବଲ୍‌ରେ ୫୦ ରନ୍‌ର ଆବଶ୍ୟକତା ଥିଲା। ମ୍ୟାଚ୍ ପାକିସ୍ତାନ ପଟକୁ ଯାଉଥିବାର ଦେଖିବାକୁ ମିଳିଥିଲା। ୧୭ ଓଭର ଚାଲିଥିବା ବେଳେ ଟିମ୍ ଅଷ୍ଟ୍ରେଲିଆ ୧୩ ରନ ସଂଗ୍ରହ କରିଥିଲା। ଏମ୍ ଷ୍ଟୋନିସ୍ ଏହି ଓଭର୍‌ରେ ଗୋଟିଏ ଚାଉକା ଓ ଗୋଟିଏ ଛକ୍କା ମାରିଥିଲେ। ସେହିପରି ୧୮ ଓଭର୍‌ରେ ମଧ୍ୟ ଧଳ ଛକ୍କା ଚୌକା ମାରି ୧୫ ରନ୍ ସଂଗ୍ରହ କରିଥିଲା। ଶେଷରେ ୧୨ ବଲ୍‌ରେ ୨୨ ରନ୍‌ର ଆବଶ୍ୟକତା ଥିବା ୧୯ ଓଭରର ତୃତୀୟ ବଲ୍‌ରେ ହସନ ଅଲ୍ଲୀ ମାଥ୍ୟୁ ୱେଡ୍‌ଙ୍କ କ୍ୟାଚ୍ ଛାଡ଼ିଦେଇଥଲା ପାକିସ୍ତାନ। ମାଥ୍ୟୁ ୱେଡ୍ ଏହାପରେ ଲଗାତର ୩ଟି ଛକା ମାରି ଦଳକୁ ଫାଇନାଲ୍‌ର ଟିକେଟ୍ ଦେଇଥିଲେ।

T20 World Cup Australia Vs Pakistan Match T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ