• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହାଙ୍ଗଝୌ ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ଆଜି ଚତୁର୍ଥ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି ଭାରତ। ମହିଳା ସୁଟିଂରେ ଗୋଲ୍ଡ ମେଡାଲ ଜିତିଛନ୍ତି ସୁଟର ସିପ୍ତ କୌର ସାମ୍ରା । ଏସୀୟ କ୍ରୀଡ଼ା ରେକର୍ଡ ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି ।

ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି । ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ୍ ପଦକ ଭାରତ ଖାତାକୁ ଆସିଛି । ଏସିଆନ୍ ଗେମ୍ସରେ ଆଜିର ପଦକକୁ ମିଶାଇ ଭାରତ ମୋଟ ୨୦ ପଦକ ସହ ଷଷ୍ଠ ସ୍ଥାନରେ ରହିଛି । ୫ ସ୍ବର୍ଣ୍ଣ, ୫ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୨୦ରେ ପହଞ୍ଚିଛି ।