/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696143419.jpg)
Shooting Gold Medal
ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସଫଳତା । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ । ପୃଥ୍ୱୀରାଜ, ଜୋରାଭର, କିନାନ ଏହି ସଫଳତା ହାସଲ କରିଛନ୍ତି । ସେହିପରି ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଲା ଭାରତ । ମନୀଷା, ପ୍ରୀତି, ରାଜେଶ୍ୱରୀ ଆଣିଛନ୍ତି ସଫଳତା ।
ସୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ତୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି । କୁଏତ ଓ ଚୀନକୁ ପଛରେ ପକାଇ ଭାରତୀୟ ସୁଟରମାନେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚୀନ ୩୪୬ ପଏଣ୍ଟ ପାଇଥିଲେ ।
ମହିଳା ଗଲଫରେ ରୌପ୍ୟ ଜିତିଲେ ଅଦିତି ଅଶୋକ । ପଦକ ସହ ଇତିହାସ ରଚିଲେ ଅଦିତି ଅଶୋକ । ପ୍ରଥମ ଭାରତୀୟ ମହିଳା ଭାବେ ଗଲଫରେ ପାଇଲେ ମେଡାଲ । ଏବେଯାଏଁ ଭାରତକୁ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ପଦକ ମିଳିଛି । ଏସୀୟ କ୍ରୀଡ଼ାରେ ଇତିହାସରେ ଶୁଟିଂରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)