ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି। ଆଜି ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିଛି। ଯାହାକି ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ୨ ସ୍ୱର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି।
ଏହା ପୂର୍ବରୁ ଆଜି ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ରୁଦ୍ରାଂଶ ପାଟିଲ ଓ ଦିବ୍ୟାଂଶ ପନୱାର ଓ ଐଶ୍ୱର୍ଯ୍ୟ ତୋମାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ୧୦ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରେକର୍ଡ ଚାଇନା ନାଁରେ ଥିଲା।
Also Read
ସୂଚନାଥାଉ କି, ମହିଳା ନୌଚାଳନାରେ ରବିବାର ଦିନ ଭାରତକୁ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଭାରତୀୟ ପ୍ରତିଯୋଗୀ ପୁରୁଷ କକ୍ସ-୮ ଓ ପୁରୁଷ ଲାଇଟ୍ୱେଟ୍ ଡବଲ୍ ସ୍କଲ୍ସରେ ରୌପ୍ୟ ଓ ପୁରୁଷ କ୍ସଲେସ୍ରେ ପେୟାରରେ କାଂସ୍ୟ ପଦକ ମିଳିଛି।