Advertisment

ଭାରତ-ପାକ୍‌ ହାଇଭୋଲଟେଜ୍‌ ମ୍ୟାଚ୍‌; ବନ୍ଦେ ମାତରମ୍‌ ଧ୍ୱନିରେ କମ୍ପିଲା ଷ୍ଟାଡିୟମ

ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ। ବନ୍ଦେ ମାତରମ୍‌ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ ।

author-image
Manoranjan Behera
ଅଦ୍ୟତନ ହୋଇଛି
Fans Sing 'Vande Mataram' During India vs Pakistan Asian Champions Trophy 2023 Hockey Match

Ind Vs Pak

ବନ୍ଦେ ମାତରମ୍‌ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ । ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ୍‌ ଇଣ୍ତିଆ । କ୍ରିକେଟ୍‌ ଫିଲ୍ଡ ହେଉ ବା ହକି, ଯେତେବେଳେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ସାମ୍ନାସାମ୍ନି ହୁଅନ୍ତି । ସେତେବେଳେ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳେ । ମ୍ୟାଚ୍‌ ଭାରତ-ପାକିସ୍ତାନ ମଧ୍ୟରେ ଥିଲେ, ଉଭୟ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳେ । ଗ୍ୟାଲେରୀ ଆପେ ଆପେ ଭର୍ତ୍ତି ହୋଇଯାଏ । ମ୍ୟାଚ୍‌ ଜିତିବା ପାଇଁ ଦର୍ଶକଙ୍କ ସମର୍ଥନ ବେଶ୍‌ ସହାୟକ ହୁଏ ।

Advertisment

ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଗ୍ୟାଲେରୀରୁ ଜାତୀୟ ସଙ୍ଗୀତ ଗାଇଥାନ୍ତି ଦର୍ଶକ । ଏଭଳି ଦୃଶ୍ୟ ବହୁବାର ଦେଖିବାକୁ ମିଳିଛି । ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଦାୟ ରାସ୍ତା ଦେଖାଇଛି ଭାରତ । ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ।

ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଦର୍ଶକ ଗ୍ୟାଲେରୀରୁ ‘ବନ୍ଦେ ମାତରମ୍‌’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଆଉ ଏକ ଆକର୍ଷଣ ପାଲଟିଲା ଆଲୋକ ସାଜସଜ୍ଜା । ବନ୍ଦେ ମାତରମ୍‌ ଗୀତ ସାଙ୍ଗକୁ ଚିକିମିକି ଆଲୁଅ ଷ୍ଟାଡିୟମକୁ ରଙ୍ଗୀନ କରିଥିଲା।

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଘରୋଇ ଦର୍ଶକଙ୍କ ସମର୍ଥନ ମ୍ୟାଚ୍‌ ଜିତିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ୧୩ ପଏଣ୍ଟ ପାଇ ଟେବୁଲ ଟପ୍‌ ସହ ସେମିରେ ପ୍ରବେଶ କରିଛି ଟିମ୍‌ ଇଣ୍ତିଆ । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ(୧୫ ଓ ୨୩ ମିନିଟ) ସ୍କୋର କରିଥିବା ବେଳେ ଯୁଗରାଜ ସିଂ(୩୬ ମିନିଟ ) ଓ ଆକାଶଦୀପ ସିଂହ(୫୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି ।

ପାକିସ୍ତାନ ଏହି ମ୍ୟାଚ୍‌ରେ ଗୋଲ ଦେବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ହେଁ ଭାରତୀୟ ଡିଫେଣ୍ଡରଙ୍କ ଆଗରେ ଦଳର କୌଣସି ରଣନୀତି କାମ କରିନଥିଲା । ଭାରତକୁ ସପୋର୍ଟ କରିବା ପାଇଁ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଆସିଥିଲେ । ଘରୋଇ ଦର୍ଶକଙ୍କୁ ଭାରତୀୟ ଟିମର ଖେଳ ମଧ୍ୟ ଅଧିକ ଉତ୍ସାହିତ କରିଥିଲା।

ଭାରତ ଏବେ ସେମିରେ ଜାପାନକୁ ଭେଟିବ। ପ୍ରଥମ ସେମିରେ ମାଲେସିୟାର ମୁକାବିଲା କୋରିଆ ସହ ହେବ। ପାକିସ୍ତାନ ୫ମ ସ୍ଥାନ ପାଇଁ ଚାଇନା ସହ ଖେଳିବ।

Viral Video Indian Hockey Indian Hockey Team Asian Championship Ind Vs Pak
Advertisment
Advertisment