Advertisment

Asia Cup 2025:କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଦେଲା ଗ୍ରୀନ ସିଗନାଲ, ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍

ଏସିଆ କପର ଗ୍ରୁପ ଷ୍ଟେଜରେ ଭାରତ-ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବେ। ଏହାପରେ ଯୋଗ୍ୟତା ଆଧାରରେ ସେପ୍ଟେମ୍ବର ୨୧ ଓ ସେପ୍ଟେମ୍ବର ୨୯ରେ ମଧ୍ୟ ଦୁଇ ଦେଶ ମଧ୍ୟରେ ମୁକାବିଲା ହୋଇପାରେ। ଚଳିତ ବର୍ଷ ଦୁବାଇରେ ଏସିଆ କପ ଆୟୋଜନ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ।

asia cup 2025

asia cup 2025

Advertisment

ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ଦୁଇ ଦେଶ ପରସ୍ପରକୁ ଆକ୍ରମଣର ଧମକ ଦେଉଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମରେ ପଶି ନରସଂହାର କରିବା ପରେ ଦୁଇ ଦେଶର ସମ୍ପର୍କ ଆହୁରି ବିଗିଡ଼ି ଯାଇଛି। ସୀମାରେ ତିକ୍ତତା ଲାଗି ରହିଥିବା ବେଳେ ଦୁଇ ଦେଶ ପରସ୍ପର ସହ କ୍ରିକେଟ ମ୍ୟାଚ୍‌ ଖେଳିବେ। ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି।

Advertisment

ଏହାର ଅର୍ଥ ଧାର୍ଯ୍ୟ ସୂଚୀ ଅନୁସାରେ, ଏସିଆ କପରେ ଭାରତ ଓ ପାକିସ୍ତାନ ଲଢ଼େଇ ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ହେବ। ଏହାକୁ ବୟକଟ କରିବାକୁ ଦାବି ତେଜୁ ଥିବା ବେଳେ ବିସିସିଆଇ ଏସିଆ କପ ପାଇଁ ସ୍କ୍ୱାଡ ଘୋଷଣା କରିଥିଲା। ଏସବୁ ଭିତରେ ଆଜି ସରକାର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅନୁମତି ଦେଇଛନ୍ତି।

ରିପୋର୍ଟକୁ ସରକାରୀ ସୂତ୍ରକୁ ଆଧାର କରି ପ୍ରକାଶ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ଯେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୋଇପାରିବ ନାହିଁ। କିନ୍ତୁ ଆଗାମୀ ବହୁ ରାଷ୍ଟ୍ରୀୟ ଏସିଆ କପରେ ଭାରତୀୟ କ୍ରିକେଟ ଟିମକୁ ଭାଗ ନେବାକୁ ଅନୁମତି ଦିଆଯାଇଛି।

Advertisment

ଏସିଆ କପର ଗ୍ରୁପ ଷ୍ଟେଜରେ ଭାରତ-ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବେ। ଏହାପରେ ଯୋଗ୍ୟତା ଆଧାରରେ ସେପ୍ଟେମ୍ବର ୨୧ ଓ ସେପ୍ଟେମ୍ବର ୨୯ରେ ମଧ୍ୟ ଦୁଇ ଦେଶ ମଧ୍ୟରେ ମୁକାବିଲା ହୋଇପାରେ। ଚଳିତ ବର୍ଷ ଦୁବାଇରେ ଏସିଆ କପ ଆୟୋଜନ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ।

ମ୍ୟାଚ୍‌କୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ସରକାରୀ ସୂତ୍ରରେ କୁହାଯାଇଛି ଯେ “ଦ୍ୱିପାକ୍ଷିକ କ୍ରୀଡ଼ା କଥା ବିଚାରକୁ ନେଲେ ଭାରତୀୟ କୌଣସି ବି ପରିସ୍ଥିତିରେ ପାକିସ୍ତାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ପାକିସ୍ତାନକୁ ମଧ୍ୟ ଭାରତରେ ଖେଳିବାକୁ ଅନୁମତି ଦିଆଯାଇ ପାରିବ ନାହିଁ।

Advertisment

ଆମେ ଭାରତୀୟ କ୍ରିକେଟ ଟିମକୁ ଏସିଆ କପରେ ଭାଗ ନେବାକୁ ଅଟକାଇ ପାରିବୁ ନାହିଁ। କାରଣ ଏହା ଏକ ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ। ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଭାରତ ମାଟିକୁ ଆସି ପାରିବ ନାହିଁ। କିନ୍ତୁ ଅଲିମ୍ପିକ୍ସ ଚାର୍ଟର ଅନୁସାରେ ଆମେ ବହୁ ରାଷ୍ଟ୍ରୀୟ କ୍ରୀଡ଼ା ଇଭେଣ୍ଟକୁ ସମ୍ମାନ କରିଥାଉ।”

Asia Cup Asia Cup Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ