Advertisment

ହଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା

ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ସ୍ପେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଜର୍ମାନୀ ବିପକ୍ଷରେ ଆସନ୍ତା ୩ତାରିଖରେ ସେମିଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା।

ଅଦ୍ୟତନ ହୋଇଛି
Netherlands vs Argentina

Netherlands vs Argentina

Advertisment

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ଶେଷ ମିନିଟରେ ନେଦରଲ୍ୟାଣ୍ଡସକୁ ୧-୨ଗୋଲରେ ହରାଇ ଆର୍ଜେଣ୍ଟିନା ସେମି ଟିକେଟ ହାତେଇଛି। 

Advertisment

ପ୍ରଥମ କ୍ୱାର୍ଟରରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଲଢ଼େଇ। କିଏ କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ପାରିନଥିଲେ। ଦ୍ୱିତୀୟ କ୍ୱାର୍ଟର ବା ମ୍ୟାଚର ୨୪ମିନିଟରେ ପ୍ରଥମ ଗୋଲ ସ୍କୋର କଲା ଆର୍ଜେଣ୍ଟିନା। ଦଳ ପକ୍ଷରୁ କ୍ରୁଗେର ଜାକିନ ନେଦରଲ୍ୟାଣ୍ଡସର ଡିଫେନ୍ସକୁ ଭେଦକରି ଦଳୀୟ ସ୍କୋରକୁ ୧-୦ ଗୋଲରେ ଆଗୁଆ ରହିଥିଲା। ତାର ୧ମିନିଟ ବ୍ୟବଧାନରେ ଅର୍ଥାତ ୨୫ମିନିଟରେ କାଉଣ୍ଟର ଆକ୍ରମଣ  କରି ନେଦରଲ୍ୟାଣ୍ଡସ ଏକ ପେନାଲିଟି କଣ୍ଣରର ସୁଯୋଗ ପାଇଥିଲା। ବୁକେନ୍ସ ମାଇଲସ ଏହାକୁ ଗୋଲରେ ରୂପାନ୍ତରିତ କରି ଦଳୀୟ ସ୍କୋରକୁ ସମାନ ସ୍ଥିତି(୧-୧ଗୋଲ)କୁ ଆଣିଥିଲେ। 

ତୃତୀୟ କ୍ୱାର୍ଟର ରେ ମଧ୍ୟ ଗୋଲ ସ୍କୋର ବଢାଇବା ପାଇଁ ଉଭୟ ଦଳ ପକ୍ଷରୁ ଟକ୍କର ହୋଇଥିଲା। ହେଲେ କାହାରିକୁ ସଫଳତା ମିଳି ନଥିଲା। ଶେଷ କ୍ୱାର୍ଟରର ୫୮ ମିନିଟରେ ନେଦରଲ୍ୟାଣ୍ଡସର ଡିଫେନ୍ସ ଖେଳାଳିଙ୍କ ତାଳମେଳ ନଥିବା ସୁଯୋଗ ଦେଖି ଆର୍ଜେଣ୍ଟିନାର ଅଗୋଷ୍ଟିନି ଫ୍ରାନକୋ ଅତି ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ଦଳକୁ ୨-୧ ଗୋଲରେ ଜିତାଇ ସେମି ଫାଇନାଲରେ ପହଞ୍ଚାଇଥିଲେ। ଆର୍ଜେଣ୍ଟିନାର ମାରକୁସି ଟାଡେଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Advertisment

ପ୍ରଥମ କ୍ୱାର୍ଟରଫାଇନାଲ୍ ମ୍ୟାଚରେ ସ୍ପେନକୁ ହରାଇ ସେମି ଫାଇନାଲ୍କୁ ପ୍ରବେଶ କରିଛି ଜର୍ମାନୀ। ଜର୍ମାନୀ ବିପକ୍ଷରେ ଆସନ୍ତା ୩ତାରିଖରେ ସେମିଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା।

Bhubaneswar Kalinga Stadium Hockey World Cup Junior Men’s Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ