ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ ।

James Anderson

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ । ଗତକାଲି ସେ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜର ସନ୍ୟାସ ନେବାର ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ଆଣ୍ତରସନ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ତରେ ନିଜ ଖେଳ ଜୀବନର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିବେ ।

ଏହି ମ୍ୟାଚ ୱେଷ୍ଟଇଣ୍ତିଜ ବିପକ୍ଷରେ ଖେଳାଯିବ । ସୂଚନାଯୋଗ୍ୟ ଆସନ୍ତା ଜୁଲାଇରେ ଜେମ୍ସ ଆଣ୍ତରସନ ୪୨ ବର୍ଷରେ ପ୍ରଦାର୍ପଣ କରିବେ । ଇଂଲଣ୍ତର ଟେଷ୍ଟ କ୍ରିକେଟ ପ୍ରଶିକ୍ଷକ ବ୍ରେଣ୍ତନ ମ୍ୟାକଲମଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ସୂଚନା ଅନୁସାରେ, ବ୍ରେଣ୍ତନ କିଛିଦିନ ତଳେ ଆଣ୍ତରସନଙ୍କୁ ନିଜ ଭବିଷ୍ୟତ କଥା ଚିନ୍ତା କରିବାକୁ ପରାର୍ଶ ଦେଇଥିଲେ ।

ଅନ୍ୟପଟେ ସେ ଆଣ୍ତରସନଙ୍କୁ ଭେଟିବାକୁ ନ୍ୟୁଜିଲାଣ୍ତରୁ ଇଂଲଣ୍ତ ମଧ୍ୟ ଗସ୍ତ କରିଥିଲେ । ଆଗକୁ ୨୦୨୫-୨୬ ଆସେସ୍ ସିରିଜ ଆସୁଛି । ସେଥିପାଇଁ ବର୍ତ୍ତମାନଠାରୁ ଦଳ ଗଠନ ଉପରେ ଗୁରୁତ୍ୱ ଦେଉଛି ଇଂଲଣ୍ତ । ଏଣୁ ଆଣ୍ତରସନଙ୍କୁ ଅବସର ନେବାକୁ ବ୍ରେଣ୍ତନ୍ କହିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବର୍ତ୍ତମାନ ଆଣ୍ତରସନ କୌଣସି ପ୍ରକାରର କ୍ରିକେଟ ଖେଳୁନାହାନ୍ତି । ବିଶ୍ରାମ ପାଇଁ ସେ କାଉଣ୍ଟିଂ ମଧ୍ୟ ଖେଳୁନଥିବା ଜଣାପଡ଼ିଛି । ତେବେ ଟେଷ୍ଟରେ ଆଣ୍ତରସନଙ୍କ ରେକର୍ଡ ବହୁତ ଭଲ ରହିଛି । ଟେଷ୍ଟରେ ତୃତୀୟ ବୋଲର ଭାବେ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି ଆଣ୍ତରସନ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୮୭ ଟେଷ୍ଟ ଖେଳି ୭୦୦ ୱିକେଟ ଅକ୍ତିଆର କରିଛନ୍ତି ।

ତାଙ୍କ ଉପରେ ଶ୍ରୀଲଙ୍କାର କିମ୍ବଦନ୍ତୀ ଦ୍ରୁତ ବୋଲର ମୁଥିୟା ମୁରଲୀଧରନ ୮୦୦ ୱିକେଟ ଓ ଅଷ୍ଟ୍ରେଲିଆର ଶେନ ୱର୍ଣ୍ଣ ୭୦୮ ୱିକେଟ ନେଇ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ନେଇଛନ୍ତି । ତେବେ ଏହି କ୍ରମରେ ସେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଛନ୍ତି । ୨୦୦୩ ରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ ଖେଳି ନିଜ କ୍ୟାରିଅର ଆରମ୍ଭ କରିଥିଲେ ଜେମ୍ସ ।