ind VS sa
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ହାରିଲା ଭାରତ। ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନ୍ରେ ହାରିଲା ଭାରତ। ଭାରତ ଆଗରେ ଜିତିବା ପାଇଁ ୨୯୭ ରନ୍ର ଲକ୍ଷ୍ୟ ଥିଲା। ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରି ପରାସ୍ତ ହୋଇଛି। ଏହି ମ୍ୟାଚ ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଦ.ଆଫ୍ରିକା ୧-୦ରେ ଆଗୁଆ ରହିଛି।
୨୯୭ ରନର ଟାର୍ଗେଟର ପିଛା କରୁଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ୟାପଟେନ୍ ତଥା ଓପ୍ନର ଲୋକେଶ ରାହୁଲ୍ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କମବ୍ୟାକ୍ କରିଥିବା ଶିଖର ଧୱନ୍ ଓ ସମସ୍ତ ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିଥିବା ବିରାଟ୍ କୋହଲି ଦମଦାର ବ୍ୟାଟିଂ କରିଥିଲେ।
ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ। ଧୱନ୍ ଓ କୋହଲିଙ୍କ ଆଉଟ୍ ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା। ଧୱନ୍ ୮୪ ବଲରେ ୧୦ ଚୌକା ସହ ୭୯ ଓ କୋହଲି ୫୧ (୬୩ ବଲ୍, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ind_VS_sa_1642613535.jpg)