Astrospeak
  • Live TV
  • Read In English

ୱାର୍ଲଡ ଚାମ୍ପିଅନ୍ ଟିମ୍ ଇଣ୍ଡିଆର ଘର ବାହୁଡ଼ାକୁ ଅପେକ୍ଷା; ୧୭ ବର୍ଷ ପରେ ଖୁସିରେ ମସଗୁଲ ଭାରତ

୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ।

T20 World Cup win
T20 World Cup win

୧୭ ବର୍ଷ ପରେ ଭାରତର ଟି-ଟ୍ବେଣ୍ଟି ୱାର୍ଲଡ କପ୍ ବିଜୟ ଆନନ୍ଦରେ ବୁଡିଛି ସାରା ଦେଶ। ଜୋରଦାର ସେଲିବ୍ରେସନ୍। ବିଶ୍ବବିଜୟୀ ଟିମକୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏବେ ଚାମ୍ପିଅନଙ୍କ ଘର ବାହୁଡ଼ାକୁ ଅପେକ୍ଷା ରହିଛି। ବାର୍ବଡୋସରେ ଭାରତ ଯେମିତି ଲଢୁଆ ଖେଳ ଦେଖାଇଲା ଯେତେ ତାରିଫ କରିଲେ କମ୍ ପଡ଼ିବ। ସେପଟେ ଗତକାଲି ବିରାଟ ଓ ରୋହିତଙ୍କ ପରେ ଆଜି ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିକୁ ବାଏ ବାଏ କରିଛନ୍ତି ଜାଡେଜା। 

୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ। ବିଳମ୍ବିତ ରାତି ଯାଏ ସବୁଠି ଚାଲିଥିଲା ସେଲିବ୍ରେସନ୍ ଗତ ୪ ବର୍ଷରେ ତିନି ତିନିଟି ଆଇସିସି ବିଶ୍ବକପ୍ ଫାଇନାଲ୍ ଖେଳିଥିଲେ ବି ଜିତି ପାରି ନ ଥିଲା ଭାରତୀୟ ଟିମ୍। ଏଥର ଆଉ ଫେଲ୍ ମାରି ନ ଥିଲେ ରୋହିତ୍ ଆଣ୍ଡ କୋ । ପୂରା ହୋଇଛି ଅପରାଜେୟ ଭାରତର ବିଶ୍ବକପ୍ ଦଖଲ ମିଶନ୍। କାମ ଦେଲା କ୍ୟାପଟେନ୍ ରୋହିତଙ୍କ ରଣନୀତି। ଶେଷ ୫ ଓଭରରେ ଚାପକୁ ନିୟନ୍ତ୍ରଣ କରି ଖେଳ ମୋଡ଼ ବଦଳାଇଦେଲେ ମେନ୍ ଇନ୍ ବ୍ଲୁ। ଠିକଣା ସମୟରେ କାଉଣ୍ଟର ଆଟାକ୍, ମାପଚୁପ ବୋଲିଂ। 

ଦକ୍ଷିଣ ଆଫ୍ରିକା ହାତରୁ ବିଜୟକୁ ଛଡ଼ାଇ ଆଣିଲେ ରୋହିତ୍ ବ୍ରିଗେଡ୍ । ଟର୍ଣ୍ଣିଂ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଚିତାକର୍ଷକ କ୍ୟାଚ୍। ବାଉଣ୍ଡ୍ରି ଲାଇନ ବାହାରୁ ଡେଭିଡ୍ ମିଲରଙ୍କ ଅସମ୍ଭବ କ୍ୟାଚ ନେଇ ବିଜୟ ରାସ୍ତା ପରିସ୍କାର କରିଥିଲେ। ଶେଷ ତିନି ଓଭରରେ ବୁମରା, ଅର୍ଶଦୀପ ଓ ହାର୍ଦ୍ଦିକଙ୍କ କଞ୍ଜୁସି ବୋଲିଂ ଯୋଗୁଁ ଦଳ ଦ୍ବିତୀୟ ଥର ଲାଗି ହାସଲ କରିଛି ଟିଟ୍ବେଣ୍ଟି ବିଶ୍ବକପ୍ ଟ୍ରଫି। ଏଥିସହ ନିଜ ନାଁରେ କରିଛି ୪ଟି ବିଶ୍ବକପ୍। ୧୯୮୩, ୨୦୦୭ ଓ ୨୦୧୧ରେ ୱାନ୍ ଡେ ୱାର୍ଲଡ୍ କପ୍ ଜିତିଥିଲା। ପ୍ରଥମ ଟିମ୍ ଭାବରେ ଅପରାଜେୟ ରହି ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି ଭାରତ।

ବାର୍ବଡୋସରେ ଭାରତର ଐତିହାସିକ ବିଜୟ ପରେ ଭାରତକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ବିଶ୍ବବିଜୟୀ ଟିମକୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୋହିତଙ୍କ କ୍ୟାପଟେନସିପ ଓ ଟି-ଟ୍ବେଣ୍ଟି କ୍ୟାରିୟରକୁ ତାରିଫ କରିଛନ୍ତି। ଫାଇନାଲରେ କୋହିଲଙ୍କ ବିରାଟ ଇନିଂସ, ସୂର୍ଯ୍ୟକୁମାରଙ୍କ ଷ୍ଟନିଂ କ୍ୟାଚ୍ ଓ ଶେଷ ଓଭରରେ ହାର୍ଦ୍ଦିକଙ୍କ ବୋଲିଂକୁ ଭୂୟଶୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। କୋଚ୍ ଦ୍ରାବିଡଙ୍କୁ ଥ୍ୟାଙ୍କ ବି ଜଣାଇଛନ୍ତି। ଆଠ ମାସ ତଳେ ଦିନିକିଆ ବିଶ୍ବକପ୍ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ। ଏବେ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ଜିତାଇ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇଛନ୍ତି ରୋହିତଙ୍କ ଟିମ୍। 

ସେପଟେ ବିଶ୍ବବିଜେତା ହେବା ପରେ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିକୁ ବାଏ ବାଏ କହିଛନ୍ତି ରନ୍ ମେସିନ୍ ବିରାଟ କୋହଲି ଓ ହିଟମ୍ୟାନ୍ ରୋହିତ ଶର୍ମା। ଆଉ ଇଣ୍ଟରନ୍ୟାସନାଲ ଟି-ଟ୍ବେଣ୍ଟି ଫର୍ମାଟରେ ଦେଖିବାକୁ ମିଳିବନି ଦୁଇ ଭେଟେରାନଙ୍କ ଜଲୱା। ରୋହିତ ୨୦୦୭ ଟି-ଟ୍ବେଣ୍ଟି ବିଶ୍ବବିଜୟୀ ଟିମରେ ଥିଲେ। ୨୦୧୧ ୱାନ୍ ଡେ ୱାର୍ଲଡ କପ୍ ବିଜେତା ଟିମ୍ ମେମ୍ବର ଥିଲେ ବିରାଟ। ସେହିପରି ଟି-ଟ୍ବେଣ୍ଟିର ସନ୍ୟାସ ଘୋଷଣା କରିଛନ୍ତି ରବୀନ୍ଦ୍ର ଜାଡେଜା। ଅନ୍ୟପକ୍ଷରେ ବିଶ୍ବକପ୍ ଜିତି ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ ବଡ଼ ଭେଟି ଦେଇଛି ଟିମ୍ ଇଣ୍ଡିଆ। ଭାରତ ପାଇଁ ଖେଳୁଥିବା ବେଳେ କେବେ ବିଶ୍ବକପ୍ ଜିତିବାର ସ୍ବାଦ ଚାଖି ନଥିଲେ ରାହୁଲ। କୋଚ୍ ଭାବରେ ଅଧୂରା ସ୍ବପ୍ନ ସାକାର କରିଛନ୍ତି।