• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାଲର୍ଡ ମାଷ୍ଟର ଆଥଲେଟିକ ଚାମ୍ପିୟନସିପରେ ଚମକିଲେ ଭାରତୀୟ ସିନିୟର ଆଥଲେଟ୍ ଭଗୱାନୀ ଦେବୀ ଡାଗର । ୯୪ବର୍ଷ ବୟସରେ ଫିନ୍‌ଲାଣ୍ଡରେ ଅନୁଷ୍ଠିତ ଆଥଲେଟିକ୍ସ ଚାମ୍ପିିୟନସିପର ୧୦୦ମିଟର ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ୧୦୦ ମିଟରକୁ ୨୪ ଦଶମିକ ୭୪ ସେକଣ୍ଡରେ ଦୌଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କେବଳ ଏତିକି  ନୁହେଁ ସଟ୍ ଫୁଟରେ ସେ ଦୁଇଟି ବ୍ରୋଞ୍ଜ ମେଡାଲ ମଧ୍ୟ ଜିତିଛନ୍ତି । ଭାରତ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଭଗୱାନୀ ଦେବୀଙ୍କୁ କାନ୍ଧରେ ବସାଇ ତାଙ୍କ ପରିବାର ଲୋକେ ନୃତ୍ୟ କରିଥିବା ବେଳେ ସେ ବି ତାଙ୍କ ସହ ନୃତ୍ୟ କରିଥିବାର ଦେଖିବାକୁ ମିଳିଥିଲା ।

 

ଭଗୱାନୀଙ୍କ ଏହି ବିଜୟ ପରେ ସାରା ଦେଶରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ପରିଣତ ବୟସରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି । ହରିଆଣା ରାଜ୍ୟପାଳ ବନ୍ଦାରୁ ଦତାତ୍ତ୍ରେୟ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଭଗବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ଭଗୱାନୀ ଦେବୀଙ୍କ ଏହି ବିଜୟ ଦେଶର ଯୁବକ ମାନଙ୍କୁ ପ୍ରେରଣା ଦେବ । ଏହା ଦେଶର ଯବକଙ୍କ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ସେ କହିଛନ୍ତି ।

ହରିଆଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ତ୍ରେୟ କହିଛନ୍ତି ଯେ, ଭଗୱାନୀ ଦେବୀଙ୍କ ଏହି ଉପଲବ୍ଧୀ ଯୁବବର୍ଗଙ୍କୁ ଖେଳକୁଦ ପ୍ରତି ଆକର୍ଷିତ କରିବ ।