Advertisment

ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ

ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକରେ ଆଉ ୧୫  କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ

Tokyo Olympic

Advertisment

ଟୋକିଓ: ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ଅଧିକାରୀ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

Advertisment

କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବା ନିହାତି ଜରୁରୀ । ତେଣୁ ଏଥିପାଇଁ ଏକ ବଡ଼ ଧରଣର କରୋନା ପରୀକ୍ଷା ଅଭିଯାନ ଆରମ୍ଭ କରାଯିବ ।

କୌଣସି ଖେଳାଳିମାନେ ଯେମିତି କରୋନାରେ ଆକ୍ରାନ୍ତ ନହୁଅନ୍ତି ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପ୍ରତିଦିନ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତି ନିଆଯାଇଛି ।

Advertisment

ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦିନ ପ୍ରାୟ ୮୦ ହଜାର କୋଭିଡ ପରୀକ୍ଷା କରାଯିବ । ଅଲିମ୍ପିକ୍ ଗେମ୍ସ ୨୦୨୦ର ଆୟୋଜକ କମିଟି ଏହି ପରୀକ୍ଷା ଉପରେ ନଜର ରଖିବ । ଏହାର ପରିଚାଳନା କରିବା ପାଇଁ ୨୩୦ ଡାକ୍ତର ଏବଂ ୩୧୦ ଜଣ ନର୍ସଙ୍କୁ ଦାୟିତ୍ୱ ଦିଆଯିବ । କୌଣସି ବି ଅଂଶଗ୍ରହଣକାରୀ କିମ୍ବା ଅଧିକାରୀଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବିନା କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

Advertisment

ଖେଳ ଆୟୋଜନ କମିଟି ଶନିବାର ସୂଚନା ଦେଇଛି ଯେ, ଜୁଲାଇ ୧ ରୁ ୧୫ ମଧ୍ୟରେ ୧୫ ହଜାର ଲୋକ ଜାପାନରେ ପ୍ରବେଶ କରିଛନ୍ତି । ସେଥିମଧ୍ୟରୁ କେବଳ ୧୫ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ।

ଖେଳଗୁଡ଼ିକରେ ଦିନରାତି ସୁରକ୍ଷା ଯୋଗାଇ ଦେବା ପାଇଁ ୪୪ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

ଏହାପୂର୍ବରୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାଖ୍‌ କହିଥିଲେ ଯେ, ଟୋକିଓ ଅଲିମ୍ପିକ୍ସ ସହ ଜଡିତ କେବଳ ୧୫ ଜଣ ଲୋକ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଥଲେଟ୍‌ ଭିଲେଜରୁ ଗୋଟିଏ ପଜିଟିଭ ମାମଲା ଚିହ୍ନଟ ହୋଇଥିଲେ ମଧ୍ୟ ତାହା ଆଗାମୀ ଅଲିମ୍ପିକ୍ସ ଜାପାନବାସୀଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ ନାହିଁ ।

ବାଖ୍‌ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜୁଲାଇ ୧ ରୁ ଜୁଲାଇ ୧୬ ମଧ୍ୟରେ ପ୍ରାୟ ୧୫ ହଜାର ଆଥଲେଟ୍, ଅଧିକାରୀ, ସପୋର୍ଟ ଷ୍ଟାଫ୍ ଏବଂ ସ୍ୱୀକୃତିପ୍ରାପ୍ତ ମିଡିଆ ପ୍ରତିନିଧି ଟୋକିଓରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା । ୧୫ ହଜାର ଜଣଙ୍କ ମଧ୍ୟରୁ କେବଳ ୧୫ ଜଣଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛଇ । ଦେଖିବାକୁ ଗଲେ ଏହି ସଂଖ୍ୟା ଖୁବ୍ କମ୍ । ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ଏବେ ସଂଗରୋଧରେ ରହିଛନ୍ତି । ସେମାନଙ୍କ ଯୋଗୁଁ ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନାହିଁ ।

ଟୋକିଓ ଅଲିମ୍ପିକ୍ସର ଆୟୋଜନ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପରେ ପାରାଲିମ୍ପିକ୍ ଗେମ୍ସ ଆୟୋଜନ ମଧ୍ୟ ଜାପାନରେ ହେବ ।

COVID-19 Tokyo Olympic Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ