Advertisment

ପ୍ୟାରିସ ଅଲିମ୍ପିକ୍ସରେ ଉଡ଼ିଲା ତ୍ରିରଙ୍ଗା, କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଖେଳାଳି

ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
paris olympics 2024

paris olympics 2024

Advertisment

ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଫରଫର ଉଡ଼ିଲା ତ୍ରିରଙ୍ଗା। ଭାରତୀୟ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଫ୍ଲାଗ୍ ବିୟରର୍ ସାଜିଲେ ବ୍ୟାଡମିଣ୍ଟନ ଷ୍ଟାର୍ ପି.ଭି. ସିନ୍ଧୁ ଓ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ। ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ଭାରତର ୭୮ ଖେଳାଳି। ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଥିଲା ।

Advertisment

ଭାରତୀୟ ଖେଳାଳି ଓ ଷ୍ଟାଫ ମାନେ ହାତରେ ତ୍ରିରଙ୍ଗା ଧରି ଏଥିରେ ସାମିଲ ହୋଇଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଚଳିତଥର ଭାରତରୁ ଭାଗ ନେଉଛନ୍ତି ସର୍ବାଧିକ ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ।...

ସେପଟେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦିଅନ୍ତୁ ଏବଂ ଆମକୁ ପ୍ରେରଣା ଯୋଗାନ୍ତୁ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୋଦି। 

Advertisment

ସୂଚନା ଅନୁସାରେ ୨୬ ଜୁଲାଇରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ କ୍ରୀଡାର ଏହି ସମ୍ମାନଜନକ ଇଭେଣ୍ଟରେ ଭାରତୀୟ ଆଥଲେଟ୍ ଭିନ୍ନ ଭିନ୍ନ ସମୟରେ ନିଜର ଲଢ଼ୁଆ ପ୍ରଦର୍ଶନ ଦେଖାଇବେ । ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କ ମଧ୍ୟରେ ମୋଟ ୪୫ ପ୍ରକାର ଖେଳରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱୀତା ହେବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ, ୧୧୭ ଜଣ ଆଥଲେଟ୍ ପଠାଇଛି ।  

ଭାରତ ଏଥର ନିଜର ସମସ୍ତ ଆଥଲେଟଙ୍କ ଠାରୁ ବହୁତ କିଛି ଆଶା ରଖିଛି । ଗତଥର ଟୋକିଓ ଅଲମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ଜିତିଥିଲା, ଯେଉଁଥିରେ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ରହିଥିଲା, ଯାହାକୁ ନୀରଜ ଚୋପ୍ରା, ଜାଭେଲିନ୍ ଥ୍ରୋରେ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଏଥର ଆଶା ରହିଛି ।

Advertisment
Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ