କ୍ଲିନସ୍ୱିପ ଲକ୍ଷ୍ୟରେ ଭାରତ, ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି

ଆଜି ବେଙ୍ଗଲୁରୁରେ ଖେଳାଯିବ ଭାରତ- ଆଫଗାନିସ୍ଥାନ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ ରେ ଆଗୁଆ ରହିଛି । ଟି-ଟ୍ୱେଣ୍ଟି ବିଶ୍ବକପ ପୂର୍ବରୁ ଭାରତ ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ।

IND vs AFG

ଆଜି ବେଙ୍ଗଲୁରୁରେ ଖେଳାଯିବ ଭାରତ- ଆଫଗାନିସ୍ଥାନ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ ରେ ଆଗୁଆ ରହିଛି । ଟି-ଟ୍ୱେଣ୍ଟି ବିଶ୍ବକପ ପୂର୍ବରୁ ଭାରତ ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ସହ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଦେଖିବାକୁ ମିଳିପାରେ । ଶେଷ ମ୍ୟାଚରେ ସଞ୍ଜୁ ସାମସନ, କୁଲଦୀପ ଯାଦବଙ୍କୁ ଖେଳାଇ ପାରନ୍ତି ରୋହିତ ଶର୍ମା । ଆଜିର ମ୍ୟାଚରେ ରବି ବିଷ୍ଣୋଇ ଓ ୱାସିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦିଆ ଯାଇପାରେ । ସେହିପରି ମୁକେଶ କୁମାର କିମ୍ବା ଆଭେସ ଖାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

ଏହାବାଦ ଭାରତୀୟ ବ୍ୟାଟିଂ ଲାଇନଅପ ଭଲ ରହିଛି । ତେବେ ଅଧିନାୟକ ଭାବେ ରୋହିତ ଶର୍ମା ଦୁଇଟି ପାଳିରେ ଖାତା ଖୋଲିପାରି ନାହାଁନ୍ତି ।ଏହା ହିଁ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ଅଫଗାନିସ୍ତାନ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି । ଭାରତୀୟ ବ୍ୟାଟିଂ ଲାଇନ ଅପକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି ବିପକ୍ଷ ଦଳର ବୋଲର ।

ତେବେ ଆଜିର ମ୍ୟାଚରେ ସମ୍ମାନ ବଞ୍ଚାଇବାକୁ ହେଲେ ମହମ୍ମଦ ନବି ଓ ମୁଜିବ ଉର୍ ରେହମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଦ୍ୱିତୀୟ ମ୍ୟାଚରେ ଅଫଗାନ ବ୍ୟାଟର ଯଦିଓ ଭଲ ପ୍ରଦର୍ଶନ ଦେଇଥିଲେ, ତଥାପି ଆଜିର ମ୍ୟାଚ ଜିତିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ ଦେବାକୁ ପଡ଼ିବ ।

ଚିନ୍ନାସ୍ୱାମୀରେ ରନର ବର୍ଷା ଦେଖିବାକୁ ମିଳିପାରେ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରାହାରି ଦେଢ଼ ଶହ ରନ କରିଥାଏ । ତେବେ ଟସ ଜିତିଥିବା ଦଳ ବ୍ୟାଟିଂ ଆମନ୍ତ୍ରଣ ଦେଇପାରେ ବୋଲି ଆକଳନ କରାଯାଉଛି । ଏହି ମ୍ୟାଚ ସିରିଜର ଶେଷ ମ୍ୟାଚ ହୋଇଥିବାରୁ ଓ ଆଗରୁ ସିରିଜି ଜିତି ସାରିଥିବାରୁ ଭାରତୀୟ ଦଳରେ ଆଜି କିଛି ପରୀକ୍ଷା ନିରୀକ୍ଷା କରାଯାଇପାରେ । ଅନ୍ୟପଟେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଏହା ହେଉଛି ଭାରତର ଶେଷ ମ୍ୟାଚ।