• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତା ଜୁନରେ ପୁଣି କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚର ରୋମାଞ୍ଚ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ନ୍ୟୁୟର୍କରେ ଜୁନ ୯ରେ ହେବ ଏହି ମ୍ୟାଚ । ଗ୍ରୁପରେ ଏ ରେ ଏହି ଦୁଇ ଟିମ୍ ସହିତ ଆମେରିକା, କାନାଡ଼ା ଓ ଆୟାର୍ଲାଣ୍ଡ ମଧ୍ୟ ଅଛନ୍ତି ।

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫିଚର୍ ପ୍ରକାଶ କରିଛି ଆଇସିସି । ଜୁନ ପହିଲାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଭାଗ ନେବେ ୨୦ଟି ଟିମ । ସମସ୍ତଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଏଁ ଟିମ୍ ସୁପର୍ ଏଇଟ୍‌କୁ ଉନ୍ନୀତ ହେବେ । ଜୁନ ପହିଲାରେ ଆମେରିକାର ଡାଲାସ ଷ୍ଟାଡିୟମରେ ଆମେରିକା ଓ କାନାଡ଼ା ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ ।

ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ । ଟି ଟ୍ୱେଣ୍ଟି ବିଶ୍ୱକପ୍‌ର ଏହି ନବମ ସଂସ୍କରଣର ମିଳିତ ଆୟୋଜକ ହେଉଛନ୍ତି ଆମେରିକା ଓ ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜର ୬ଟି ଓ ଆମେରିକାର ୩ଟି ସ୍ଥାନରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ବାର୍ବାଡୋସରେ ଜୁନ ୨୯ରେ ହେବ ମେଗା ଫାଇନାଲ।