Advertisment

ଜିତୁ ଜିତୁ ରହିଗଲା ଭାରତ, ପ୍ରଥମ ଟେଷ୍ଟ ଡ୍ର

ଦ୍ୱିତୀୟ ଭାଗରେ ୩ଟି ଏବଂ ତୃତୀୟ ଭାଗରେ ୫ଟି ଓ୍ୱିକେଟ୍ ନେଇଥିଲେ ହେଁ ଟିମ୍‌କୁ ଜିତାଇ ପାରି ନ ଥିଲେ । ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଥିଲା ।

India Test Cricket Team

India Test Cricket Team

Advertisment

କାନପୁର: କାନପୁର ଟେଷ୍ଟରେ ପରାଜୟ ଏଡ଼ାଇବାରେ ସଫଳ ହେଲା ନ୍ୟୁଜିଲାଣ୍ଡ ଟିମ୍ । ପ୍ରଥମ ଟେଷ୍ଟ ଜିତିବା ପାଇଁ ୨୮୪ ରନ୍ ଟାର୍ଗେଟର ପିଛା କରୁଥିବା କିଓ୍ୱି ଦଳ ଖେଳ ଶେଷ ବେଳକୁ ୯ ଓ୍ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ଆଜି ପଞ୍ଚମ ଦିନ ଖେଳରେ ପ୍ରଥମ ଭାଗରେ ନ୍ୟୁଜିଲାଣ୍ଡର କୌଣସି ଓ୍ୱିକେଟ୍ ନେବାରେ ବିଫଳ ହୋଇଥିଲେ ଭାରତୀୟ ବୋଲର ।

Advertisment

ତେବେ ଦ୍ୱିତୀୟ ଭାଗରେ ୩ଟି ଏବଂ ତୃତୀୟ ଭାଗରେ ୫ଟି ଓ୍ୱିକେଟ୍ ନେଇଥିଲେ ହେଁ ଟିମ୍‌କୁ ଜିତାଇ ପାରି ନ ଥିଲେ । ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ୍ କରିଥିଲା । ନିଜର ଡେବ୍ୟୁ ମ୍ୟାଚରେ ପ୍ରଥମ ଇନିଂସରେ ୧୦୫ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୬୫ ରନ୍ କରିଥିବା ଶ୍ରେୟସ୍ ଆୟର ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ପାଇଥିଲେ ।

ମ୍ୟାଚର ପଞ୍ଚମ ତଥା ଆଜି ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ତା’ର ପୂର୍ବଦିନର ସ୍କୋର ୪/୧ରୁ ଖେଳ ଆରମ୍ଭ କରିଥିଲା । ଓପ୍‌ନର ଟମ୍ ଲାଥମ ଓ ନାଇଟ୍ ୱାଚ୍‌ମ୍ୟାନ୍‌ ଭାବେ ଆସିଥିବା ୱିଲିୟମ ସୋମରଭିଲ୍ଲେ ଜବରଦସ୍ତ ବ୍ୟାଟିଂ କରିଥିଲେ । ଦୁହେଁ ଭାରତୀୟ ସ୍ପିନରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ । ମଧ୍ୟାହ୍ନ ଭୋଜନ ସୁଦ୍ଧା ଲାଥମ୍ ଓ ସୋମରଭିଲ୍ଲେ ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ ।

Advertisment

ତେବେ ଦ୍ୱିତୀୟ ଭାଗର ପ୍ରଥମ ବଲରେ ଭାରତକୁ ନିର୍ଣ୍ଣାୟକ ବ୍ରେକ୍ ଥ୍ରୁ ଦେଇଥିଲେ ଉମେଶ ଯାଦବ । ସେଟ୍ ହୋଇଥିବା ସୋମରଭିଲ୍ଲେ (୩୬)ଙ୍କୁ ବାଉନ୍ସରରେ ଆଉଟ୍ କରିଥିଲେ ଉମେଶ । ଆଉଟ୍ ହେବା ପୂର୍ବରୁ ସେ ଲାଥମଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ଭାଗିଦାରୀ କରିଥିଲେ । ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ ଓପ୍‌ନର ଲାଥମଙ୍କୁ ଭରପୂର ସହଯୋଗ କରିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଡ଼ିଥିଲେ । ତେବେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଅଶ୍ୱିନ୍ । ଲାଥମ୍ ବ୍ୟକ୍ତିଗତ ୫୨ ରନ୍ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ ।

ଏହା ପରେ ନ୍ୟୁଜିଲ୍ୟାଣ୍ଡର ୱିକେଟ୍‌ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦୁଇ ଅଭିଜ୍ଞ ୱିଲିୟମସନ୍ (୨୪) ଓ ରସ୍ ଟେଲର (୨)ଙ୍କୁ ଜାଡେଜା ପ୍ୟାଭିଲିୟନ୍ ପଠାଇଥିଲେ । ସେହିପରି ହେନରୀ ନିକୋଲାସ୍‌ (୧)ଙ୍କୁ ଅକ୍ଷର ପଟେଲ ଆଉଟ୍ କରିଥିଲେ । ମିଡଲ ଅର୍ଡର ବିଫଳତା ପରେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍ ଦଳ ପାଇଁ ଲଢ଼ିଥିଲେ। ଟମ୍ ବ୍ଲଣ୍ଡେଲ୍ (୨), କାଇଲ୍ ଜେମିସନ୍ (୫) ଓ ଟିମ୍ ସାଉଦୀ (୪) ବଡ଼ ସ୍କୋର କରିନଥିଲେ ହେଁ, କ୍ରିଜରେ ଛିଡ଼ା ହୋଇ ଭାରତ ବିଜୟକୁ ଟାଳିବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। କିୱି ଟିମର ଶେଷ ୱିକେଟ୍ ନେବା ପାଇଁ ଭାରତ ହାତରେ ୫୨ ବଲ୍ ଥିଲା। କିନ୍ତୁ ରଚିନ ରବୀନ୍ଦ୍ର (୧୮) ଓ ଏଜାଜ୍ ପଟେଲ (୨) ପ୍ରତିଟି ବଲକୁ ସତର୍କତାର ସହ ଖେଳି ନିଜ ଟିମକୁ ପରାଜୟରୁ ରକ୍ଷା କରିଥିଲେ। ଭାରତ ପକ୍ଷରୁ ଜାଡେଜା ୪ଟି ଓ ଅଶ୍ୱିନ୍ ୩ଟି ୱିକେଟ୍‌ ନେଇଥିଲେ। ଉମେଶ ଓ ଅକ୍ଷର ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

Advertisment

ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଜବାବରେ ନ୍ୟୁଜିଲ୍ୟାଣ୍ଡ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍‌ ହରାଇ ୨୩୪ ରନରେ ପାଳି ଘୋଷଣା କରିଥିଲା।

Cricket India Vs Newzealand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ