Advertisment

କାହାକୁ ବି ମାନିଲେନି ! ଟ୍ରେନ୍‌ ଭିତରେ ଚୁଟି ଝିଙ୍କାଝିଙ୍କି ହେଲେ, ଚପଲରେ ବି ପିଟାପିଟି...

କୋଲକାତାର ଏକ ଲୋକାଲ୍‌ ଟ୍ରେନ୍‌ରେ କୌଣସି ଘଟଣାକୁ ନେଇ କିଛି ମହିଳା ଗୋଷ୍ଠୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଥିବା ଦୃଶ୍ୟ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Kolkata Local Train Viral video

Women get into fight in Kolkata local train

Advertisment

ଦିଲ୍ଲୀ ମେଟ୍ରୋକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। କାରଣ ଟ୍ରେନ୍‌ରେ ଅନେକ ଅଜବ ଘଟଣା ଘଟେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥାଏ। ଆପଣ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରୁଛନ୍ତି କି ? ତା’ହେଲେ ଆପଣଙ୍କ ନଜରକୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିବ, ଯେଉଁଠି ଲୋକମାନେ ପରସ୍ପର ମଧ୍ୟରେ ଝଗଡ଼ା କରିଥାନ୍ତି। ଘଟଣା ଯାହା ହେଉନା କାହିଁକି ସାଧାରଣ ସ୍ଥାନରେ ଝଗଡ଼ା କରିବା ପାଇଁ ସେମାନଙ୍କୁ ଟିକେ ବି ଲାଜ ଲାଗେ ନାହିଁ।

Advertisment

ଅଧିକ ପଢ଼ନ୍ତୁ:ମେଟ୍ରୋରେ ସବୁ ସମ୍ଭବ...ଲାଜସରମ ଭୁଲି ପ୍ୟାଣ୍ଟ୍‌ ସାର୍ଟ ଖୋଲିଦେଲ ଯୁବକ, ତା’ପରେ...

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। କୋଲକାତାର ଏକ ଲୋକାଲ୍‌ ଟ୍ରେନ୍‌ରେ କୌଣସି ଘଟଣାକୁ ନେଇ କିଛି ମହିଳା ଗୋଷ୍ଠୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଥିବା ଦୃଶ୍ୟ ଭାଇରାଲ୍‌ ହୋଇଛି। ଯାହାର ଦୃଶ୍ୟ ଟ୍ୱିଟରରେ @Ayushihihaha ପକ୍ଷରୁ ଶେୟାର କରାଯାଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କିଛି ମହିଳା ଗୋଷ୍ଠୀ ଟ୍ରେନ୍‌ର ମହିଳା ବଗିରେ ଯାତ୍ରା କରୁଥିବା ବେଳେ ପରସ୍ପର ମଧ୍ୟରେ ଝଗଡ଼ା ଲାଗି ମାର୍‌ପିଟ୍‌ ହେଉଛନ୍ତି। ଏପରିକି ଚୁଟି ଝିଙ୍କାଝିଙ୍କି ସହ ଚପଲରେ ମଧ୍ୟ ପିଟାପିଟି ହେଉଥିବା ଦେଖିବାକୁ ମିଳିଛି।

Advertisment

ତେବେ କେଉଁ କାରଣ ପାଇଁ ଏମାନେ ଝଗଡ଼ା ଲାଗିଥିଲେ, ତାହା ଜଣାପଡ଼ନି। ଆପଣ ମଧ୍ୟ ଏହି ଦୃଶ୍ୟ ଦେଖିଲେ ଚକିତ ହେବେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ଝଗଡ଼ା ଲାଗୁଥିବା ମହିଳାଙ୍କୁ ଅଟକାଇବା ଚେଷ୍ଟା କରିଥିଲେ। ହେଲେ କୌଣସି ଫାଇଦା ହୋଇନଥିଲା। ଭିଡିଓ ଶେଷରେ ଦେଖିବାକୁ ମିଳିଛି, ଝଗଡ଼ା ଲାଗିଥିବା ମହିଳାଙ୍କ ମଧ୍ୟରୁ ଜଣେ କିଛି ଜିନିଷ ତାଙ୍କ ପାଖରେ ଛିଡ଼ା ହୋଇଥିବା ବାଳକଙ୍କ ଉପରକୁ ରାଗରେ ଫିଙ୍ଗି ଦେଇଥିଲେ। 

Advertisment

ଭିଡିଓ ଭାଇରାଲ୍‌ ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଏ ଏହାକୁ ମୁମ୍ବାଇ ଲୋକାଲ୍‌ର ପ୍ରୋ ଭର୍ସନ କହୁଥିବା ବେଳେ ଆଉ କିଏ ଟ୍ରେନ୍‌ ଭିତରେ ମାଗଣାରେ WWE ଚାଲିଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ବିକିନୀ, ପେପର ସ୍ପ୍ରେ ଓ କପଲ୍‌ କିସ୍‌...ଦିଲ୍ଲୀ ମେଟ୍ରୋର ଏହି ୫ ଭିଡିଓ ଏବେ ଚର୍ଚ୍ଚାରେ


— $$$ man (@saiyaninvestor) July 11, 2023

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ