Advertisment

Viral Video: ଜଲୱା ଦେଖାଇଲେ କ୍ୟାମେରାମ୍ୟାନ, ଲୋକେ କହୁଛନ୍ତି ଅସଲି ଷ୍ଟାର

ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୮୨ ଲକ୍ଷ ଥର ଦେଖାଯାଇଛି। କ୍ଲିପର ଆରମ୍ଭ ଦୁଇ ଝିଅ ‘ବଡ଼ି ମୁସ୍କିଲ’ ଗୀତରେ ନାଚୁଥିବା ସହ ହୁଏ, ଯାହାଙ୍କୁ କ୍ୟାମେରାମ୍ୟାନ ରେକର୍ଡ କରୁଥାଏ। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଟ୍ୱିଷ୍ଟ ଆସେ

viral video

viral video

Advertisment

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ମହିଳା ବଲିଉଡର ହିଟ ଗୀତ ‘ବଡି ମୁସ୍କିଲ’ରେ ନାଚୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓ ମହିଳାମାନଙ୍କ ନୃତ୍ୟ କାରଣରୁ ଭାଇରାଲ ହୋଇନାହିଁ। ବରଂ ଭିଡିଓରେ ସେମାନଙ୍କ ସହ ଦେଖାଯାଉଥିବା କ୍ୟାମେରାମ୍ୟାନ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି।

Advertisment

ଏହି କ୍ଲିପରେ ଦୁଇ ମହିଳା ପରଫର୍ମ କରୁଛନ୍ତି ଏବଂ କ୍ୟାମେରାମ୍ୟାନ ସେମାନଙ୍କୁ ରେକର୍ଡ କରୁଛନ୍ତି। ସ୍ୟୁଜୋ ଫିଲ୍ମ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୮୨ ଲକ୍ଷ ଥର ଦେଖାଯାଇଛି। କ୍ଲିପର ଆରମ୍ଭ ଦୁଇ ଝିଅ ‘ବଡ଼ି ମୁସ୍କିଲ’ ଗୀତରେ ନାଚୁଥିବା ସହ ହୁଏ, ଯାହାଙ୍କୁ କ୍ୟାମେରାମ୍ୟାନ ରେକର୍ଡ କରୁଥାଏ। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଟ୍ୱିଷ୍ଟ ଆସେ ଯେତେବେଳେ କ୍ୟାମେରାମ୍ୟାନ କ୍ୟାମେରା ଚଳାଇ ନିଜର ଡ୍ୟାନ୍ସ ଦ୍ୱାରା ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରେ।

ସେ ବିନା କୌଣସି ବାଧାରେ ଡ୍ୟାନ୍ସ କରନ୍ତି । ଏହା ସହ ଝିଅମାନଙ୍କୁ ପରଫେକ୍ଟ ଶଟ୍ ନେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପରଫର୍ମାନ୍ସରୁ ବେଶ ପସନ୍ଦ କରୁଛନ୍ତି ।

Advertisment

ଜଣେ ବ୍ୟବହାରକାରୀ କହିଛନ୍ତି, “କ୍ୟାମେରାମ୍ୟାନ ଝିଅମାନଙ୍କଠାରୁ ଭଲ ପରଫର୍ମ କରିଛନ୍ତି,” ଅନ୍ୟ ଜଣେ କହିଛନ୍ତି, “ସେ ତ ପୂରା ଶୋ’କୁ ଚୋରି କରିନେଲେ।” ଆଉ ଜଣେ ବ୍ୟବହାରକାରୀ କହିଛନ୍ତି, “କ୍ୟାମେରାମ୍ୟାନଙ୍କର ଉତ୍ସାହ ଅନ୍ୟ ସ୍ତରରେ ଅଛି, ସେ ମଡେଲମାନଙ୍କଠାରୁ ବି ଅଧିକ ଉତ୍ସାହିତ!”

“ବଡ଼ି ମୁସ୍କିଲ” ବଲିଉଡର ସବୁଠାରୁ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହାକୁ ଅଲକା ୟାଗ୍ନିକ ଗାଇଛନ୍ତି। ଏହି ଗୀତଟି ୨୦୦୧ ମସିହାରେ ରାଜକୁମାର ସନ୍ତୋଷୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର “ଲଜ୍ଜା”ରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ମାଧୁରୀ ଦୀକ୍ଷିତ ଏବଂ ମନୀଷା କୋଇରାଲା ଡ୍ୟାନ୍ସ କରିଛନ୍ତି ।

Advertisment
Video Goes Viral Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ