Advertisment

୨୦ ବର୍ଷ ହେଲା ଅଫିସ୍ କାମ ଦେଉନି, ହେଲେ ଫୁଲ୍ ଦରମା ଦେଉଛି

ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଫ୍ରାନ୍ସରୁ । ଫ୍ରାନ୍ସର ଟେଲିକମ୍‌ ବିଭାଗରେ ଜଣେ ମହିଳା କାମ କରୁଥିଲେ । ସେ ୧୯୯୩ରେ ପ୍ରଥମେ ଏହି ଚାକିରିରେ ଯୋଗଦେଲେ । ଟେଲିକମ୍ ବିଭାଗ ଜାଣିବାକୁ ପାଇଲା, ଉକ୍ତ ମହିଳାଙ୍କ ଶରୀରର ଗୋଟିଏ ଭାଗ ଅଚଳ ଅର୍ଥାତ୍‌ ପାରାଲିସିସ୍‌ । ସେ ଏପିଲିପ୍ସି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ ସୁହାଇଲା ଭଳି କାମ ବିଭାଗ ପକ୍ଷରୁ ଦିଆଗଲା ।

ଅଦ୍ୟତନ ହୋଇଛି
full salary

full salary

Advertisment

କାମ ଦେଉ ନାହାନ୍ତି ହେଲେ ଫୁଲ୍ ଦରମା ଦେଉଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୦ ବର୍ଷ ହେଲା ଏମିତି ଚାଲିଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ନଚେତ୍‌ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ଏମିତି କେଉଁ ଅଫିସ ଅଛି, ଯିଏ କାମ ଦେଉନି କିନ୍ତୁ ଦରମା ଦେଉଛି । ସାଧାରଣତଃ ଅନେକ ଚାକିରିଆ ଏବେ ଭାବୁଥିବେ, ‘ଆମେ ତ ଅଫିସରେ କାମ ଯେତେ କାମ କଲେ ବି ଅଫିସର ଶାନ୍ତି ହେଉନି, ଇଏ କେଉଁ ଅଫିସ ଯିଏ କି କାମ ନଦେଇ ଦରମା ଦେଉଛି ।’ ଆଉ କିଛି ଲୋକ ଏହା ଭାବି ମଧ୍ୟ ଖୁସି ହେଉଥିବେ, ‘ଉକ୍ତ ବ୍ୟକ୍ତି ଖୁବ୍‌ ଭାଗ୍ୟବାନ, ବଢ଼ିଆ ଚାକିରି କରିଛନ୍ତି । ଆମକୁ ବି ଏମିତି ଚାକିରି ମିଳନ୍ତା ହେଲେ । ଯେଉଁଥିରେ କାମ ନକଲେ ବି ଦରମା ମିଳୁଛି ।’

Advertisment

ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଫ୍ରାନ୍ସରୁ । ଫ୍ରାନ୍ସର ଟେଲିକମ୍‌ ବିଭାଗରେ ଜଣେ ମହିଳା କାମ କରୁଥିଲେ । ସେ ୧୯୯୩ରେ ପ୍ରଥମେ ଏହି ଚାକିରିରେ ଯୋଗଦେଲେ । ଟେଲିକମ୍ ବିଭାଗ ଜାଣିବାକୁ ପାଇଲା, ଉକ୍ତ ମହିଳାଙ୍କ ଶରୀରର ଗୋଟିଏ ଭାଗ ଅଚଳ ଅର୍ଥାତ୍‌ ପାରାଲିସିସ୍‌ । ସେ ଏପିଲିପ୍ସି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ ସୁହାଇଲା ଭଳି କାମ ବିଭାଗ ପକ୍ଷରୁ ଦିଆଗଲା ।

ମହିଳା ଜଣକ ସେଠାରେ ୨୦୦୨ ମସିହା ପର୍ଯ୍ୟନ୍ତ HR ଭାବେ କାମ କଲେ । ପରେ ସେ ଅନ୍ୟତ୍ର ବଦଳି ପାଇଁ ବିଭାଗକୁ ନିବେଦନ କଲେ । କିନ୍ତୁ ତାପରେ ତାଙ୍କୁ ସୁହାଇଲା ଭଳି କାମ ଆଉ ଦିଆଗଲାନି । ଏମିତି ଦିନ ପରେ ଦିନ ଗଡ଼ି ଚାଲିଲା । ମହିଳା ଜଣକ ଯେତେଥର ନେହୁରା ହେଲେ ବି ତାଙ୍କୁ କୌଣସି କାମ ଆଲର୍ଟ କରାଗଲା ନାହିଁ । କିନ୍ତୁ ତାଙ୍କୁ ସଠିକ୍‌ ସମୟରେ ଫୁଲ୍ ଦରମା ଦିଆଯାଉଛି । ଏମିତି ଦୀର୍ଘ ୨୦ ବର୍ଷ ବିତିସାରିଲାଣି ।

Advertisment

ଏବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ବିଭାଗ ବିରୋଧରେ ଅଭିଯୋଗ କରିଛନ୍ତି, ମୋର ସ୍ୱାସ୍ଥ୍ୟ କାରଣରୁ ମୋତେ ପାତରଅନ୍ତର କରାଯାଉଛି । ମୋତେ କିଛି କାମ ଦିଆଯାଉନି । କିନ୍ତୁ ଫୁଲ୍ ଦରମା ଦେଉଛନ୍ତି । ଯାହାଫଳରେ ମୋତେ ଅଧିକ କଷ୍ଟ ହେଉଛି । ଏହା ଏକ ପ୍ରକାର ମୋ ପାଇଁ ଇନ୍‌ସଲ୍ଟ । ମୋତେ ଏକା କରି ଦିଆଯାଉଛି । ଯେଉଥିପାଇଁ ମୁଁ ମାନସିକସ୍ତରରେ ଖୁବ୍‌ ଭାଙ୍ଗି ପଡ଼ିଛି । ମୋର ସକରାତ୍ମକ ଚିନ୍ତା ଧାରା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ବିନା କାମରେ ଦରମା ନେବା, ମୋ ପାଇଁ ଖୁବ୍‌ କଷ୍ଟ ଦାୟକ ହେଉଛି ।

ତେବେ ଏହି ମହିଳା ଜଣକ ହେଉଛନ୍ତି ଲରେନ୍ସ ଭାନ୍‌ ୱାସେନ୍‌ହୋଭ । ସେ ଟେଲିକମ୍ ଜ୍ୟାଣ୍ଟ ଅରେଞ୍ଜଙ୍କ ବିରୋଧରେ କରିଛନ୍ତି ଏଭଳି ଅଭିଯୋଗ । ତାଙ୍କୁ ହାରାସ କରାଯାଇଥିବା ଓ ତାଙ୍କ ସହ ପାତରଅନ୍ତର କରାଯାଇଥିବା ସେ କହିଛନ୍ତି ।

Advertisment

୨୦୧୫ ମସିହାରେ ସେ ସରକାର ଏବଂ ଉପରିସ୍ଥ ଅଧିକାରୀଙ୍କୁ, ତାଙ୍କ ପ୍ରତି ହେଉଥିବା ପାତରଅନ୍ତର ନେଇ ଅଭିଯୋଗ କରିଥିଲେ । ଏହାପରେ ଅରେଞ୍ଜଙ୍କ ପକ୍ଷରୁ ଜଣେ ମଧ୍ୟସ୍ଥିଙ୍କୁ ନିୟୋଜିତ କରାଗଲା । ଯିଏ କି ପୂରା ଘଟଣାକୁ ଶୁଣିବେ ବୁଝିବେ ଓ ସମାଧାନ କରିବେ । କିନ୍ତୁ ଏହାଦ୍ୱାରା ମହିଳାଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହେଲା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ