Advertisment

ଭିଡିଓ କଲ୍‌ରେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିଲେ, କ୍ୟାମେରା ଅନ୍‌ ରଖି ଗାଧୋଇବାକୁ ଚାଲିଗଲେ

ଭିଡିଓ କଲ୍‌ରେ ଥାଇ ସେ ଗାଧୋଇବାକୁ ଚାଲିଗଲେ । ଏହି ସମୟରେ ତାଙ୍କ କ୍ୟାମେରା ମଧ୍ୟ ଅନ୍‌ ରହିଥିଲା ।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ଟେକ୍ନୋଲୋଜିର ଏହି ଯୁଗରେ, ଯେଉଁଠି ଲୋକମାନେ ସମସ୍ତ ପ୍ରକାରର ସୁବିଧା ପାଇପାରୁଛନ୍ତି, ତେବେ ଟିକିଏ ଅସାବଧାନତା ଯୋଗୁଁ ଗଭୀର ଆଘାତ ମଧ୍ୟ ପାଉଛନ୍ତି । ଠିକ୍‌ ଏମିତି ଏକ କାହାଣୀ ଆମ ପାଖରେ ପହଞ୍ଚିଛି । ଯେଉଁଥିରେ ଜଣେ ମହିଳା, ଭିଡିଓ କଲିଂରେ ଏକ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ । ଠିକ୍‌ ଏହି ଲାଇଭ ସ୍ଟ୍ରିମିଂ ବେଳେ ନିଜ ଅସାବଧାନତାରେ ମୋବାଇଲ କ୍ୟାମେରା ମଧ୍ୟ ଅନ କରିଦେଇଥିଲେ । ଯାହାକି ତାଙ୍କ ପାଇଁ ବଡ଼ ଘାତକ ସାବ୍ୟସ୍ତ ହେଲା ।

Advertisment

ଭିଡିଓ କଲ୍‌ରେ ଥାଇ ସେ ଗାଧୋଇବାକୁ ଚାଲିଗଲେ । ଏହି ସମୟରେ ତାଙ୍କ କ୍ୟାମେରା ମଧ୍ୟ ଅନ୍‌ ରହିଥିଲା । ଯେଉଁଥିପାଇଁ ଲୋକମାନେ ତାଙ୍କୁ ଭିଡିଓ ମାଧ୍ୟମରେ ବିନା ପୋଷାକରେ ଦେଖିଥିଲେ । ସେହି ଲୋକମାନଙ୍କ ପାଇଁ ଜୁମ୍ ଭିଡିଓ କଲ୍ ବ୍ୟବସ୍ଥା କରାଯାଇଥିଲା ଯେଉଁମାନେ ଉତ୍ତର ଲଣ୍ଡନରେ ରହୁଥିଲେ, ଆଉ ସେହିଠାରୁ ଆସି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନଥିଲେ । ଏହି ଭିଡିଓ କଲ ମାଧ୍ୟମରେ ଘରେ ବସି ସେମାନେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିଲେ ।

କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ତିନି ପିଲାଙ୍କ ପିତାଙ୍କ ଅନ୍ତିମ ସଂସ୍କାର ଚାଲିଥିଲା । ହେଲେ ୪୮ ବର୍ଷ ବୟସ୍କା ବ୍ୟବସାୟୀ ଏହି ସମୟରେ ଭୁଲି ଯାଇଥିଲେ ଯେ ତାଙ୍କର ମୋବାଇଲ କ୍ୟାମେରା ଅନ୍‌ ଅଛି । ଆଉ କ୍ୟାମେରାର ଫୋକସ ମଧ୍ୟ ଗାଧୋଉଥିବା ସ୍ଥାନକୁ ରହିଛି । ଯାହାଫଳରେ ସେହି ଭିଡଓ କଲିଂ ମାଧ୍ୟରେ ଯୋଡ଼ି ହୋଇଥିବା ଅନ୍ୟ ଲୋକମାନେ ମଧ୍ୟ ମହିଳାଙ୍କ ବିନା ପୋଷାକରେ ଗାଧୋଇବା ଦୃଶ୍ୟ ଦେଖିଥିଲେ।

Advertisment

ଅନ୍ୟପଟେ ଚର୍ଚ୍ଚରେ ସାମିଲ ଥିବା ଲୋକେ ଏହି ଭିଡିଓ ଦେଖିନଥିଲେ, କାରଣ ସେମାନଙ୍କ ଫୋକସ୍‌ ଅନ୍ତିମ ସଂସ୍କାର ଉପରେ ରହିଥିଲା । କିନ୍ତୁ ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । କେହି ଜଣେ ଏହକୁ ହ୍ୱାଟ୍ସଆପ୍‌ରେ ସେୟାର କରି ଭାଇରାଲ କରିଥିଲେ ।

Viral Video Video Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ