Advertisment

ବାରମ୍ୱାର ଟଏଲେଟ୍ ଯିବାରୁ ମହିଳାଙ୍କୁ ଫ୍ଲାଇଟରୁ ବାହାର କରିଦେଲେ

ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ।

ଅଦ୍ୟତନ ହୋଇଛି
Woman 'kicked off' flight

Woman 'kicked off' flight

Advertisment

ବାରମ୍ୱାର ଶୌଚାଳୟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରିଦେଲେ। ମେକ୍ସିକୋରୁ ଆସୁଥିବା ଏକ ଜେଟ୍ ବିମାନରୁ ମହିଳାଙ୍କୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି । କାନାଡାର ଜଣେ ମହିଳା ସାମ୍ୱାଦିକଙ୍କୁ ଏପରି ଦୁର୍ବ୍ୟବହାର କରି ବିମାନରୁ ବାହାର କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସୋସିଆଲ ମିଡିଆ Xରେ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

କାନାଡାର ମହିଳା ସାମ୍ୱାଦିକ ଜୋଆନା ଚିଓ କହିଛନ୍ତି, ‘ମୋତେ ମେକ୍ସିକୋରୁ ଆସୁଥିବା ଏକ ବିମାନରୁ ବାହାର କରିଦିଆଯାଇଛି। ମୋର ପେଟ ଖରାପ ଥିଲା ଓ ମୁଁ ବାରମ୍ୱାର ଶୌଚାଳୟ ଯାଉଥିଲି’। ଏଥିସହ ସେ ବିମାନ କମ୍ପାନୀ ଉପରେ ଆରୋପ ଲଗାଇଛନ୍ତି।

ସେ କହିଛନ୍ତି,’ମୋତେ ହୋଟେଲ ସୁବିଧା କିମ୍ୱା ଫ୍ଲାଇଟ୍ ବୁକିଂ ପାଇଁ କୌଣସି ପ୍ରତିଶ୍ରୁତି ମିଳିନଥିଲା। ମୁଁ ସମସ୍ତ ଟଙ୍କା ଛାଡିଆସିଥିଲି। ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ। ମୁଁ କାନ୍ଦିବା ଆରମ୍ଭ କରିଦେଇଥିଲି'। 

Advertisment

ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି, ସେ ଏକ ଭିଡିଓ କରିଥିଲେ। ପରେ ତାଙ୍କୁ ଏହାକୁ ଡିଲିଟ୍ କରିବାକୁ କୁହାଗଲା। ଭିଡଓ ଡିଲିଟ୍ ନକଲେ ତା ପର ଦିନ ଫ୍ଲାଇଟରେ ମଧ୍ୟ ବସିବାକୁ ଦିଆଯିବନି ବୋଲି କୁହାଯାଇଥିଲା। ବିମାନ କମ୍ପାନୀ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିନଥିଲା। ସେ ଅନ୍ୟଜଣେ କର୍ମଚାରୀଙ୍କ ସହ ଯୋଗାଯୋଗ କଲେ । ମାତ୍ର ସେ ମଧ୍ୟ କିଛି ବିରରଣୀ ଦେଇନଥିଲେ।

Advertisment

ସେ କହିଛନ୍ତି, “ଦୁଃଖର ବିଷୟ ଯେ ପର୍ଯ୍ୟନ୍ତ ମୁଁ ମୋର କଷ୍ଟ ଲୋକଙ୍କ ସହ ସେୟାର କରନି ସେ ପର୍ଯ୍ୟନ୍ତ ମୋତେ ସାହାଯ୍ୟ ମିଳିନି। ବିମାନ ବନ୍ଦରରେ ବାରମ୍ବାର ମାଗିବା ପରେ ମୋର ବୁକିଂ ରେଫରେନ୍ସ ନମ୍ବର ମିଳିଥିଲା। ମାତ୍ର ମୋତେ ପୋଲିସ ଗିରଫ କରିବା ଭୟ ଲାଗି ରହିଥିଲା। ଏହି ଘଟଣା ୧୦ଫେବୃଆରୀରେ ଘଟିଥିଲା। ପୁଣି ୧୨ତାରିଖରେ ସେ ଆଉ ଏକ ପୋଷ୍ଟ କରିଥିଲେ।

ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ସୁରକ୍ଷିତ ଭାବରେ ଘରେ ପହଞ୍ଚିଯାଇଛି। ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ଏହା ପ୍ରକୃତରେ ମୋର ଭୁଲ। ଏହି ବର୍ଷ ମୋତେ ଟିକେ ଅଧିକ ସତର୍କ ରହିବାକୁ ହେବ’।

ତାଙ୍କ ପୋଷ୍ଟର ଉତ୍ତରରେ ବିମାନ ସେବା ଉତ୍ତର ଦେଇଛି, ଦୟାକରି ଆପଣ ଆମକୁ ସିଧାସଳଖ ମେସେଜ୍ ପଠାନ୍ତୁ। ଏହି ପୋଷ୍ଟଟି ୭୧ ହଜାରରୁ ଅଧିକ ଭ୍ୟୁ ପାଇଛି।

Woman Fight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ