Advertisment

ଲଗେଜ୍‌ ଫି’ରୁ ବର୍ତ୍ତିବା ପାଇଁ ପିନ୍ଧି ଦେଲେ ସବୁ ଡ୍ରେସ୍ ! ଶେଷରେ ଧରାପଡ଼ିଗଲେ...

ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍‌ ଦେୟ ଦେବାକୁ ପଡ଼ିଥାନ୍ତା ।

ଅଦ୍ୟତନ ହୋଇଛି
Baggage Fees

Baggage Fees

Advertisment

ଆପଣ କେବେ ଉଡ଼ାଯାହାଜରେ ଯାତ୍ରା କରିଛନ୍ତି କି ? ଯଦି କରିଛନ୍ତି ତେବେ ଆପଣ ନିଶ୍ଚିତ ଜାଣିଥିବେ, ଏଥିରେ ଅଧିକ ଜିନଷ ନେଲେ ଭଡ଼ା ଲାଗିଥାଏ । ଅର୍ଥାତ ଆପଣ ଯଦି ବାହାରକୁ ବୁଲିବାକୁ ଯାଉଛନ୍ତି, ଆଉ ସାଥିରେ ଅତ୍ୟଧିକ ଲଗେଜ୍‌ ନେଇ ଯାଉଛନ୍ତି । ତେବେ ଆପଣଙ୍କୁ ଏୟାରପୋର୍ଟରେ ହିଁ ଲଗେଜ ପରିବହନ ବାବଦକୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ନଚେତ ଆପଣ ଲଗେଜ ପରିବହନ କରିପାରିବେ ନାହିଁ ।

Advertisment

ଯାତ୍ରା ଟିକଟ ଖର୍ଚ୍ଚ ବାଦ୍, ଲଗେଜ୍‌ ବାବଦକୁ ଅଧିକ ପୈଠ କରିବାକୁ ପଡ଼ିଥାଏ । କାରଣ ଏୟାରଲାଇନ୍‌ସ କମ୍ପାନୀର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ବିମାନଯାତ୍ରା ବେଳେ କେବଳ ଅତ୍ୟାବଶ୍ୟକୀୟ ଜିନିଷ ନିଜ ସହ ନେଇପାରିବେ । ଯଦି ଧାର୍ଯ୍ୟ ପରିମାଣଠାରୁ ଅଧିକ ଜିନିଷ ସାଙ୍ଗରେ ନିଅନ୍ତି ତେବେ ଏଥିପାଇଁ ଅଧିକ ଦେୟ ଦେବାକୁ ପଡ଼ିଥାଏ।

ତେବେ ଆଜି ଆମେ ଏହି କଥା କହିବାର ଏକ ବଡ଼ କାରଣ ରହିଛି । ଯାହା ଶୁଣିଲେ ଆପଣ ଖୁବ୍‌ ହସିବେ । ଜଣେ ଯୁବତୀ ଏହି ଲଗେଜ ବାବଦ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି । ସେ ଲଗେଜ୍‌ରେ ଡ୍ରେସ୍‌ ନେବା ପରିବର୍ତ୍ତେ, ଏକକାଳିନ ସବୁ ଡ୍ରେସ୍‌ ପିନ୍ଧିକି ଯାତ୍ରା କରୁଛନ୍ତି । ଯାହାଦ୍ୱାର ଲଗେଜ୍‌ ବ୍ୟାଗ୍‌ର ଓଜନ ହ୍ରାସ ହେବ । ଗୋଟିଏ କି ଦୁଇଟି ନୁହେଁ ଯୁବତୀ ଜଣକ ଏକାଥରକେ ସେଢ଼େ ୫ କେଜି ଡ୍ରେସ୍‌ ପିନ୍ଧି ବିମାନରେ ଯାତ୍ରା କରିବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ଭାଗ୍ୟବସତଃ ସେ ଧରା ପଡ଼ିଗଲେ । ଆଉ ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍‌ ଦେୟ ଦେବାକୁ ପଡ଼ିଥାନ୍ତା ।

Advertisment

ତେବେ ଏଭଳି ପନ୍ଥା ଅନେକ ଲୋକ ଅପଣାଇଥାନ୍ତି । କିନ୍ତୁ ଉକ୍ତ ଯୁବତୀଙ୍କ କ୍ଷେତ୍ରରେ ତାହା କାମ କଲା ନାହିଁ । ଆଉ ସେ ଧରାପଡ଼ିଗଲେ । ତେବେ ଆଉ ଏକ ମଜାଦାର କଥା ହେଲା ଯୁବତୀ ଜଣକ ଏକ୍ସଟ୍ରା ଲଗେଜ୍‌ ବାବଦକୁ ଯେତିକି ଟଙ୍କା ଆରମ୍ଭରୁ ପୈଠ କରିଥାନ୍ତେ, ସେତିକି ଟଙ୍କା ଶେଷରେ ତାଙ୍କୁ ଦେବାକୁ ପଡ଼ିଲା ।ଖାଲି ସେତିକି ନୁହେଁ ଲଗେଜ୍‌ ଖର୍ଚ୍ଚ ବାଦ୍‌ ତାଙ୍କ ଜରିମାନା ମଧ୍ୟ ଦେବାକୁ ପଡ଼ିଲା । ଏନେଇ ନ୍ୟୁୟର୍କ ଟାଇମ୍‌ସରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଯୁବତୀଙ୍କ ବୟସ ୧୯ । ତାଙ୍କ ନା ଆଡ୍ରିନା ଓକାମ୍ପୋ । ସେ ମେଲ୍‌ବର୍ଣ୍ଣରୁ ନିଜ ଘର ଅଡିଲେଡ୍‌କୁ ଫେରୁଥିଲେ। ସେ ଗର୍ଲସ ଟ୍ରିପ୍‌ରେ କିଛି ଦିନ ପାଇଁ ମେଲବର୍ଣ୍ଣ ବୁଲିବାକୁ ଯାଇଥିଲେ। ତାଙ୍କ ଲଗେଜ୍ ବ୍ୟାଗ୍‌ର ଓଜନ ୭କିଲୋରୁ ଅଧିକ ହେବାରୁ ସେ ଏମିତି ଏକ ଉପାୟ ଆପଣାଇଥିଲେ । ତାଙ୍କର ଅନ୍ୟ ସାଙ୍ଗ ସାଥିମାନେ ମଧ୍ୟ ଲଗେଜ୍‌ ବ୍ୟାଗ୍‌ ଦେୟରୁ ବର୍ତ୍ତିବା ପାଇଁ ସମାନ ରାସ୍ତା ଆପଣାଇଥିଲେ ।  

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ