Advertisment

Car On Railway Track : ରେଳ ଟ୍ରାକ୍‌ରେ ଫୁଲ୍ ସ୍ପିଡ୍‌ରେ ଚଲାଇଲେ କାର୍...୧୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

ରେଳ ଟ୍ରାକରେ କାର ଚାଲିବା ଯୋଗୁଁ ବେଙ୍ଗାଲୁର-ହାଇଦ୍ରାବାଦ ଟ୍ରେନକୁ ମଝି ଟ୍ରାକରେ ଅଟକାଇବାକୁ ପଡିଥିଲା । ପାଖାପାଖି ୧୫ଟି ଟ୍ରେନକୁ ଡାଇଭର୍ଟ କରିବାକୁ ପଡିଥିଲା । ଘଟଣା ସାମନାକୁ ଆସିବା ପରେ ଏହାର ତଦନ୍ତ ଚାଲିଛି ।

ଅଦ୍ୟତନ ହୋଇଛି
Car On Railway Track

Car On Railway Track

Advertisment

ଆପଣ କେବେ ରେଳ ଟ୍ରାକରେ କାର ଚାଲୁଥିବାର ଦେଖିଛନ୍ତି । ଯଦି ଦେଖିନାହାନ୍ତି ତାହା ହେଲେ ଆଜି ଦେଖନ୍ତୁ । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା ରେଳ ଟ୍ରାକକୁ ସଡ଼କ ଭାବିଦେଇଛନ୍ତି । ଆଉ ରେଳ ଟ୍ରାକରେ ହିଁ ନିଜ କାରକୁ ପୁରା ସ୍ପିଡରେ ଚଲାଉଛନ୍ତି । ମହିଳାଙ୍କ ଏହି କାରନାମା ଯୋଗୁଁ ସମସ୍ତେ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ନିଜ ଜୀବନ ସହ ମହିଳା ଜଣଙ୍କ ଅନେକଙ୍କ ଜୀବନକୁ ବିପଦରେ ପକାଇଦେଇଥିଲେ । ଏଭଳି ଘଟଣା ଘଟିଛି ତେଲଙ୍ଗାନାର ଶଙ୍କରପଲ୍ଲି ଅଞ୍ଚଳରେ ।

Advertisment

ଭାଇରାଲ ଭିଡିଓରେ ମହିଳା ଜଣଙ୍କ ରେଳ ଟ୍ରାକରେ କାର ଚଲାଉଥିବାର ଦେଖିବାକୁ ମିଳିଛି । ରେଳ ଟ୍ରାକରେ ଥିବା ଲୋକମାନେ ମହିଳାଙ୍କୁ ଏଭଳି ନକରିବାକୁ ବାରଣ ବି କରିଥିଲେ । କିନ୍ତୁ ମହିଳା ଜଣଙ୍କ କାହାର କଥା ଶୁଣିନଥିଲେ । ଏଭଳି କାର ଚଳାଇ ମହିଳା ଜଣକ ରେଳ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

ପୋଲିସ ଓ ସ୍ଥାନୀୟ ଲୋକ ଅନେକ ପରିଶ୍ରମ କରି ମହିଳା ଜଣଙ୍କୁ କାର ଭିତରୁ ବାହାରକୁ ଆଣିଥିଲେ । ରେଲୱେ ପୋଲିସ ଏସପି ଚନ୍ଦନା ଦିପ୍ତି କହିଛନ୍ତି ମହିଳା ଜଣକ କାରରୁ ବାହାରିବା ସମୟରେ ଖୁବ ଆକ୍ରମଣାତ୍ମକ ଥିଲେ । ତାଙ୍କର ମାନସିକ ସ୍ଥିତି ଠିକ ନଥିବା ପରି ଜଣାପଡୁଥିଲା ।

ରେଳ ଟ୍ରାକରେ କାର ଚାଲିବା ଯୋଗୁଁ ବେଙ୍ଗାଲୁର-ହାଇଦ୍ରାବାଦ ଟ୍ରେନକୁ ମଝି ଟ୍ରାକରେ ଅଟକାଇବାକୁ ପଡିଥିଲା । ପାଖାପାଖି ୧୫ଟି ଟ୍ରେନକୁ ଡାଇଭର୍ଟ କରିବାକୁ ପଡିଥିଲା । ଘଟଣା ସାମନାକୁ ଆସିବା ପରେ ଏହାର ତଦନ୍ତ ଚାଲିଛି ।

Advertisment

ପୋଲିସ ଯାଞ୍ଚରେ ଜଣାପଡିଛି ମହିଳା ଜଣକ ଏକ ମଲଟିନ୍ୟାସନାଲ କଂପାନୀରେ କାମ କରୁଛନ୍ତି । ସେ ୟୁପିର ବାସିନ୍ଦା । ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ କି ନାହିଁ ତାହା ଜାଣିବାକୁ ପୋଲିସ ତଦନ୍ତ କରୁଛି । ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମହିଳାଙ୍କ ପାନ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ କାରରୁ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଏବେ ଏହି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ସିଧା କରିବେ AI ଭିଡିଓ; ଜାଣନ୍ତୁ ଉପାୟ…

Telangana Viral Video Railway Track
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ