Viral Video
ବାହାରକୁ ଯିବା ଆସିବା ପାଇଁ ଆପଣ ଅନେକ ଥର ଅନଲାଇନରେ କ୍ୟାବ୍ କିମ୍ବା ବାଇକ୍ ବୁକ୍ କରିଥିବେ ନିଶ୍ଚୟ ! କିନ୍ତୁ କେବେ ୧୮୦ ମିଟର ଯିବା ପାଇଁ ରାଇଡ ବୁକ୍ କରିଛନ୍ତି କି ? କଥାଟା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । ହେଲେ ସୋସିଆଲ ମିଡିଆରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ମାତ୍ର ୧୮୦ ମିଟର ବାଟ ଯିବାକୁ ଓଲା ବାଇକ୍ ବୁକ୍ କରିଛନ୍ତି । ନିଜ ଓଲା ବାଇକ୍ ଡ୍ରାଇଭର ଏହାର ଭିଡିଓ ବନାଇ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
୧୮୦ ମିଟର ଦୂରତା, ହୁଏତ ଆପଣଙ୍କ କଲେଜ ଗେଟ୍ଠାରୁ କ୍ଲାସ୍ ରୁମ୍ ପର୍ଯ୍ୟନ୍ତ ହୋଇପାରେ । ଏମିତିରେ କାହିଁକି ଏତିକି ବାଟ ପାଇଁ ମହିଳା ଓଲା ବୁକ୍ କଲେ, ସେନେଇ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ । ତେବେ ଏହାର କାରଣ ଜାଣିଲେ ଆପଣ ହସି ହସି ଗଡ଼ିଯିବେ ।
ଏହି ଭିଡିଓ ଇନଷ୍ଟାଗ୍ରାମ ୟୁଜର @rohitvlogster ସେୟାର କରିଛନ୍ତି । ଭିଡିଓ ଆରମ୍ଭରେ ବାଇକ୍ ରାଇଡର ମହିଳାଙ୍କୁ OTP ମାଗନ୍ତି ଏବଂ ଜାଣି ଆଶ୍ଚର୍ଯ୍ୟ ହୁଅନ୍ତି ଯେ, ରାଇଡ୍ ଦୂରତା ମାତ୍ର ୧୮୦ ମିଟର । ଯେତେବେଳେ ରାଇଡର ତାଙ୍କୁ ଏହାର କାରଣ ପଚାରନ୍ତି, ମହିଳା ଜବାବ ଦିଅନ୍ତି- ବୁଲା କୁକୁରଙ୍କୁ ସେ ଭାରି ଡରନ୍ତି । ଆଗ ଗଳିରେ କୁକୁର ଅଛନ୍ତି । ରାସ୍ତାରେ ଚାଲି ଚାଲି ଯିବାବେଳେ କାଳେ କୁକୁର ଚାଲିଆସିବ ସେଥିପାଇଁ ସେ ବାଇକ୍ ଟ୍ୟାକ୍ସି ବୁକ୍ କରିଥିଲେ । ମହିଳାଙ୍କ ଏ କଥା ଶୁଣି ବାଇକ୍ ରାଇଡର ପ୍ରଥମେ ତ ହସନ୍ତି... ହେଲେ ତାଙ୍କୁ ନେଇ ଠିକଣା ଜାଗାରେ ଛାଡିଆସନ୍ତି ।
ଏହି ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସ ନାନା ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଇଞ୍ଜେକ୍ସନ ଲଗାଇବାଠୁ ଭଲ ୧୯ ଟଙ୍କା ଦେଇ ଦିଅ । ଅନ୍ୟ ଜଣେ ଲେଖିଛନ୍ତି, ଭାବନ୍ତୁ...ଯଦି ଡ୍ରପିଂ ସ୍ଥାନରେ କୁକୁର ମିଳିଯାଏ ତେବେ କ'ଣ ହେବ ?
ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ''ସେ ଠିକ୍ କରିଛନ୍ତି,,୧୯ ଟଙ୍କା କିଛି ବଡ଼ କଥା ନୁହେଁ । ଯଦି କୁକୁର କାମୁଡେ ତାହେଲେ ଯନ୍ତ୍ରଣା, ଟଙ୍କା ଖର୍ଚ୍ଚ, ସମୟ ବରର୍ବାଦ... ।
ଏହି ଭିଡିଓଟି କେବଳ ଚର୍ଚ୍ଚା ସାଉଁଟିନାହିଁ ବରଂ ଏହା ମଧ୍ୟ ଦର୍ଶାଉଛି ଯେ, କିପରି ଟେକ୍ନୋଲୋଜି ଆମର ଭୟ, ଆବଶ୍ୟକତା ଓ ସୁରକ୍ଷାକୁ ବୁଝିବାରେ ସାହାଯ୍ୟ କରୁଛି । ଖାସ୍ କରି ମହିଳାଙ୍କ ପାଇଁ କିପରି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ସେବାଗୁଡିକ ଉଭୟ ସୁରକ୍ଷା ଓ ସୁବିଧାର ମାଧ୍ୟମ ହେଉଛି, ଏହା ତା'ର ମଧ୍ୟ ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749299986.jpg)