Wife Intoxicates Husband On Honeymoon Trip, Fled With Boyfriend
ବିବାହ ଏକ ପବିତ୍ର ବନ୍ଧନ। ଯେଉଁଠି ୨ଟି ମନର ମିଳନ ହୋଇଥାଏ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି। ହେଲେ ଏମିତି କିଛି ସମ୍ପର୍କ ଅଛି, ୭ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମ ଯାଏ ବି ତିଷ୍ଠି ପାରୁ ନାହିଁ। କେଉଁଠି ସ୍ୱାମୀ, ସ୍ତ୍ରୀକୁ ଧୋକା ଦେଲାଣି ତ ଆଉ କେଉଁଠି ସ୍ତ୍ରୀ ଆଉ କାହାସହ ଫେରାର ହେଲାଣି। ସାଧାରଣତଃ, ନବବିବାହିତ ଦମ୍ପତି ବିବାହ ବେଳର ଫଟୋ ସୋସିଆଲ୍ ମିଡିଆ ରେ ଶେୟାର କରି ନିଜ ରିଲେସନଶିପ୍କୁ ସାର୍ବଜନୀନ କରିଥାନ୍ତି। ହେଲେ ଅଧିକାଂଶ କପଲ୍ ସେମାନଙ୍କ ହନିମୁନ୍କୁ ଅପେକ୍ଷା କରିଥାନ୍ତି। କାରଣ ଏହାଦ୍ୱାରା ସେମାନଙ୍କୁ ଅଧିକ ପ୍ରାଇଭେସି ମିଳିଥାଏ। ଫଳରେ ଜଣେ ଆଉ ଜଣଙ୍କୁ ଭଲ ଭାବରେ ଜାଣିପାରନ୍ତି। ଏସବୁ ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହନିମୁନ୍ ଟ୍ରିପ୍ରେ ଯାଇଥିବା ବେଳେ ସ୍ୱାମୀକୁ ଚା’ରେ ନିଶାଦ୍ରବ୍ୟ ମିଶାଇ ସ୍ତ୍ରୀ ଫେରାର ହୋଇଯାଇଛି। ଫିଲ୍ମରେ ଏଭଳି ଘଟଣା ଆପଣମାନେ ଦେଖିଥିବେ, ହେଲେ ବାସ୍ତବରେ ଉତ୍ତରପ୍ରଦେଶର ଆଲିଗଡ଼ରେ ଏମିତି ଏକ ଘଟଣା ଘଟିଛି।
ଅଧିକ ପଢ଼ନ୍ତୁ: ନିଜ ବିବାହରେ ବୟଫ୍ରେଣ୍ଡ୍ ସହ ଜବରଦସ୍ତ ଡ୍ୟାନ୍ସ, ଆଲିଙ୍ଗନ...
ଜାତୀୟ ଗଣମାଧ୍ୟମ Zee Newsର ରିପୋର୍ଟ ଅନୁସାରେ, ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ଆଲିଗଡ଼ର ଗୁରୁଦ୍ୱାର ରୋଡ୍ ଅଞ୍ଚଳରେ ରହୁଥିବା ସତ୍ୟମ ଗତ ନଭେମ୍ବରରେ ବିବାହ କରିଥିଲେ। ଆଗ୍ରା କାଣ୍ଟ ଅଞ୍ଚଳର ଦୀପାସିଙ୍କୁ ସେ ବିବାହ କରିଥିଲେ। ସତ୍ୟମଙ୍କ କହିବା ଅନୁସାରେ, ଗତବର୍ଷ ଡିସେମ୍ବର ୮ରେ ପତ୍ନୀଙ୍କ ସହ ସେ ଉତ୍ତରାଖଣ୍ଡକୁ ହନିମୁନ୍ରେ ଯାଇଥିଲେ। ନବବିବାହିତ ଦମ୍ପତି ଋଷିକେଶ ଯାଇଥିଲେ ଓ ଡିସେମ୍ବର ୯ରେ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ୍ ରୁମ୍ ବୁକ୍ କରିଥିଲେ। ହେଲେ ସେଠାରେ ସତ୍ୟମଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଥିଲା। ଚା’ ପିଇବା ପରେ ସେ ବେହୋସ ହୋଇଯାଇଥିଲେ। ସତ୍ୟମ ଅଭିଯୋଗ କରିଛନ୍ତି, ସ୍ତ୍ରୀ ଦୀପାସି ଚା’ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ବେହୋସ କରାଇ ଫେରାର ହୋଇଯାଇଛନ୍ତି।
ଦୀପାସି ଲଗେଜ୍ ପ୍ୟାକ୍ କରି ହୋଟେଲ୍ରୁ ବ୍ୟାଗ୍ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ରାତି ୨ଟାରେ ସତ୍ୟମଙ୍କ ଚେତା ଫେରିବା ପରେ ସ୍ତ୍ରୀ ତାଙ୍କ ପାଖରେ ନଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ହୋଟେଲ୍ ଷ୍ଟାଫ୍ଙ୍କୁ ପଚରାଉଚରା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଥିବା ସେ ଜାଣିବାକୁ ପାଇଥିଲେ। ସନ୍ଧ୍ୟା ୭ଟାରୁ ଦୀପାସି ଲଗେଜ୍ ଧରି ହୋଟେଲ୍ ଛାଡ଼ି ଥିବା ଷ୍ଟାଫ୍ କହିଥିଲେ। ଏହା ଜାଣିବା ପରେ ସତ୍ୟମ ତୁରନ୍ତ ପୋଲିସ୍ରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ଛାନ୍ଭିନ୍ ପରେ ଜଣାପଡ଼ିଥିଲା, ଦୀପାସି ବସ୍ରେ ଦିଲ୍ଲୀ ପଳାଇଛନ୍ତି। ଏନେଇ ସେ ଉଭୟ ପରିବାର ଲୋକଙ୍କୁ ଜଣାଇଥିଲେ।
ହେଲେ ଘଟଣାକୁ ନେଇ ଦୀପାସିଙ୍କ ପରିବାର ଲୋକ ଯେଭଳି ପ୍ରତିକ୍ରିୟା ରଖିଥିଲେ, ଏହା ଜାଣିବା ପରେ ସତ୍ୟମଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଦୀପାସିଙ୍କୁ ଭୁଲି ଯିବା ପାଇଁ ପରିବାର ଲୋକ ସତ୍ୟମଙ୍କୁ କହିଥିଲେ। କାରଣ, ଅଂଶୁ ଯାଦବ ନାମକ ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହ ଦାପାସିଙ୍କ ରିଲେସନଶିପ୍ ଥିଲା ବୋଲି ପରିବାର ଲୋକ କହିଥିଲେ।
ଏସବୁ ଜାଣିବା ପରେ ଉତ୍ତରାଖଣ୍ଡ, ଆଲିଗଡ଼ ଓ ଆଗ୍ରା ପୋଲିସ୍ରେ ସତ୍ୟମ ଲିଖିତ ଅଭିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ୍ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସୂଚନା ମିଳିଛି। ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଶ୍ଚର୍ଯ୍ୟକର କଥା, ସତ୍ୟମଙ୍କୁ ଦୀପାସି ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଯୌତୁକ ପାଇଁ ସତ୍ୟମ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1673424243.jpg)