Advertisment

ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ବଡ଼ କ୍ଷମତା

ଯେବେଠାରୁ ମେଟା ଏହି ମେସେଜିଂ ଆପ୍‌କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।

ଅଦ୍ୟତନ ହୋଇଛି
Whats app

Whats app

Advertisment

ହ୍ୱାଟ୍ସଆପ୍‌ରେ ହେବକୁ ଯାଉଛି ବଡ଼ ପରିବର୍ତ୍ତନ । ଏଣିକି ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ସ୍ୱତନ୍ତ୍ର ପାୱାର । ନିଜ ଗ୍ରୁପ୍‌କୁ ସୁନ୍ଦର ଓ ସଠିକ୍‌ ଭାବେ ଅପରେଟ୍‌ କରିବା ପାଇଁ ଆଡ୍‌ମିନ୍‌ଙ୍କୁ ଦିଆଯିବ ସ୍ୱତନ୍ତ୍ର କ୍ଷମତା । ଏଥିପାଇଁ ଗତ କିଛି ଦିନ ହେବ ହ୍ୱାଟ୍ସଆପ୍‌ ପକ୍ଷରୁ ଏ ଦିଗରେ କାମ ଚାଲିଛି । ନୂଆ ଫିଚର ଇଣ୍ଟ୍ରୋଡ୍ୟୁସ୍‌ ପାଇଁ ହ୍ୱାଟ୍ସଆପ୍‌ ପକ୍ଷରୁ ସବୁବେଳେ କିଛି ନା କିଛି ଚେଷ୍ଟା ଚାଲିଥାଏ ।

Advertisment

ହ୍ୱାଟ୍ସଆପ୍‌କୁ ନେଇ ମିଳିଥିବା ଅପ୍‌ଡେଟ୍‌ ଖବର ଅନୁଯାୟୀ, ଏଣିକି ଆଡ୍‌ମିନ୍‌ ଚାହିଁଲେ ଗ୍ରୁପ୍‌ରୁ ଯେକୌଣସି ମେସେଜ୍‌ ଡିଲିଟ୍ କରିପାରିବେ । ଗ୍ରୁପ୍‌ରୁ ମେସେଜ୍‌ ଡିଲିଟ୍‌ ପାଇଁ ଆଡ୍‌ମିନ୍‌ଙ୍କୁ ମିଳିବ ଡଲିଟ୍‌ ଫର୍‌ ଏଭରୀ ୱାନ୍‌ ଅପସନ୍‌ ।

ଯେବେଠାରୁ ମେଟା ଏହି ମେସେଜିଂ ଆପ୍‌କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି । ଆଗକୁ ଆସୁଥିବା ନୂଆ ଫିଚରରେ, ଗ୍ରୁପ୍‌ ଆଡ୍‌ମିନ୍‌ ନିଜ ଗ୍ରୁପ୍‌କୁ ଅଧିକ ସୁନ୍ଦର ଓ ଆପ୍ରୋପ୍ରିଏଟ୍‌ କରିବାକୁ କ୍ଷମତା ଦିଆଯିବ ।

Advertisment

ଦେଶରେ ଯେତେବେଳେ କୌଣସି ଖବର ବା ଭୁଲ ଖବରକୁ ଅତିରଞ୍ଜିତ କରି ପ୍ରସାରିତ କରାଯାଉଛି କିମ୍ବା କୌଣସି ଘଟଣାକୁ ଭିନ୍ନ ରୂପ ଦେଇ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରାଯାଉଛି, ସେତେବେଳେ ଗ୍ରୁପ୍‌ ଆଡ୍‌ମିନ୍‌ ଏଭଳି ମେସେଜ୍‌କୁ କିମ୍ବା ଭିଡିଓକୁ ଭାଇରାଲ ହେବାରୁ ରୋକିପାରିବେ । ନିଜ ଗ୍ରୁପ୍‌କୁ କଣ୍ଟ୍ରୋଲରେ ରଖିପାରିବେ ଆଡ୍‌ମିନ୍‌ । 

ଦେଶରେ ଯେଭଳି ଆଗକୁ ଏହି ସୋସିଆଲ ମିଡିଆ ଯୋଗୁଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସଂସ୍ଥା ପକ୍ଷରୁ ଏହି ଦିଗ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ତେବେ ଏଥିପାଇଁ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ସବୁବେଳେ ଆଲର୍ଟ ରହିବାକୁ ହେବ । ଗ୍ରୁପ୍‌ରେ କ’ଣ ସବୁ ଚାଲିଛି ସେଥିପାଇଁ ଅବଗତ ରହିବାକୁ ହେବ । ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ଏହି ଡିଲିଟ୍‌ ଫର୍‌ ଏଭରୀ ୱାନ୍‌ ଅପ୍‌ସନ୍‌ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।  

Advertisment
WhatsApp Feature Delete For Everyone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ