Viral Video
ଦେହରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ପୁରା ଶରୀର । ତଥାପି ବ୍ୟକ୍ତି ଜଣକ ଦୌଡ଼ିଲେ ଟ୍ରାକ୍ରେ । ଆଉ ୧୦୦ ମିଟର ସ୍ପ୍ରିଣ୍ଟ ମାରିଲେ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁଜର ମାନେ ଏହାକୁ ଖୁବ୍ ଦେଖିସାରିଲେଣି । ଲାଇକ୍ କମେଣ୍ଟ ସତେ ଯେମିତି ବର୍ଷା ହେଉଛି ।
କେବଳ ରେକର୍ଡ ସୃଷ୍ଟି କରିବା ଉଦେଶ୍ୟରେ ଫ୍ରାନ୍ସର ଜୋନାଥନ୍ ଭେରୋ ନାମକ ୩୯ ବର୍ଷିୟ ବ୍ୟକ୍ତି ଏଭଳି କରିଛନ୍ତି । ସମ୍ପୂର୍ଣ୍ଣ ଶରୀରରେ ନିଆଁ ଲାଗିବା ପରେ ସବୁଠୁ ଅଧିକ ଦୂର ପର୍ଯ୍ୟନ୍ତ ଦୌଡ଼ିବାର ଏକ ବିରଳ ରେକର୍ଡ କରିଛନ୍ତି ଜୋନାଥନ । ତାଙ୍କ ଶରୀରରେ ଥିବା ଜ୍ୟାକେଟ୍ଟି ସମ୍ପୂର୍ଣ୍ଣ ରୂପେ ହୁତୁ ହୁତୁ ହୋଇ ଜଳୁଥିବା ବେଳେ ସେ ଦୌଡ଼ୁଥିଲେ । ଏମିତି ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ସେ ମାତ୍ର ୧୭ ସେକେଣ୍ଡରେ ଦୌଡ଼ି ରେକର୍ଡ କରିଛନ୍ତି । ଏହାସହ ବିନା ଅକ୍ସିଜେନ୍ରେ ୨୭୨.୭୫ ମିଟର ଦୌଡ଼ି ସେ ଆଉ ଏକ ବିରଳ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।
ଦେଖନ୍ତୁ ଭିଡିଓ..
ଭେରୋ ହେଉଛନ୍ତି ଜଣେ ପ୍ରଫେସ୍ନାଲ ଷ୍ଟଣ୍ଟ ମ୍ୟାନ୍ । ପିଲାଟି ଦିନରୁ ନିଆଁ ପ୍ରତି ତାଙ୍କର ଗୋଟେ ଅଜବ ଭଲ ପାଇବା ରହି ଆସିଛି । ସେ ଅଧିକାଂଶ ସମୟ ନିଆଲଁ ଲିଭାଇବାରେ ବିତାଇଥାନ୍ତି । ଏମିତିକି ନିଆଁ ସହ ଖେଳି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆଉ ମନୋରଞ୍ଜନ ଯୋଗାଇଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688281598.jpg)