Fish From Sky
ବର୍ଷା ହେଲେ ଆକାଶରୁ କୁଆପଥର ପଡେ ଆମେ ଦେଖିଛେ। କେବେ କେବେ ଆକାଶରୁ ଏପରି କିଛି ଜିନିଷ ଖସି ଥାଏ ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଅନେକ ସମୟରେ ଡ୍ରୋନ୍, ବିମାନର ଅବଶେଷ, ପାରାଚ୍ୟୁଟ୍ ଆଦି ଖସିପଡେ। ଯାହା ମନରେ ବିସ୍ମୟ ସୃଷ୍ଟି କରିଥାଏ। ତେବେ ଏଠି ଆକାଶରୁ ମାଛ ଖସିବା କଥା ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି। ନିକଟରେ ଏପରି ଏକ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୋଲିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓଟି ପ୍ରକୃତରେ ଇରାନର। ସୋମବାର ଯାସୁଜ ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ଆକାଶରୁ ମାଛ ବର୍ଷା ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆକାଶରୁ ଖସିଥିବା ମାଛଗୁଡିକ ଜୀବିତ ଓ ସେଗୁଡିକ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ମାଛଗୁଡିକ ଆକାଶରୁ ଖସି ତଳେ ପଡୁଥିବା ଦେଖାଯାଉଛି। ଭିଡିଓ କରୁଥିବା ବ୍ୟକ୍ତି ତଳୁ ମାଛ ଉଠାଇ ଦେଖାଉଛନ୍ତି, ଯାହା ଜୀବିତ ଅଛି। ପ୍ରବଳ ବର୍ଷା ଝଡ ତୋଫାନ ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆ ଏକ୍ସରେ ମାରିଓ ନାଓଫାଲ୍ ନାମକ ଜଣେ ୟୁଜର ଏହି ଭିଡିଓଟି ସେୟାର କରିଥିଲେ। ମାତ୍ର ପରେ ପୋଷ୍ଟଟିକୁ ଡିଲିଟ୍ କରିଦେଇଥିଲେ। ସେ କ୍ୟାପସନ୍ରେ ଲେଖିଥିଲେ, ସାଧାରଣତଃ ଘୂର୍ଣ୍ଣିବଳୟ ଯୋଗୁଁ ଏହା ଘଟେ। ଜଳ ଉପରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ଜଳପ୍ରବାହ କୁହାଯାଏ। ଏହି ଜଳପ୍ରବାହ ପୋଖରୀ କିମ୍ବା ସମୁଦ୍ରର ଜଳକୁ ନିଜ ଆଡକୁ ଟାଣେ ଏବଂ ଏହି ଜଳ ସହିତ ମାଛ ଏବଂ ଅନ୍ୟ ଜୀବମାନେ ମଧ୍ୟ ଉପରକୁ ଚାଲିଯାଆନ୍ତି। ତା’ପରେ ଏହି ମାଛଗୁଡ଼ିକ ପବନର ଗତିରେ ଉଡିଯାଆନ୍ତି ଓ ପବନ ଦୁର୍ବଳ ହେଲେ ପୁଣି ତଳେ ପଡିଯାଆନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715087362.jpg)