Advertisment

Viral Video: ଏମିତି ଶିକ୍ଷୟିତ୍ରୀଙ୍କୁ ମାନିବାକୁ ପଡିବ ପିଲାମାନଙ୍କୁ ଶିଖେଇଦେଲେ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍‌ କ’ଣ

ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍‌ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।

ଅଦ୍ୟତନ ହୋଇଛି
Teacher Teaching Good Touch Bad Touch To Kids In Classroom

teacher teaching good touch bad touch to kids in class

Advertisment

ଆଜିର ସମୟରେ, ପିଲାମାନଙ୍କୁ ସମାଜର ଖରାପ ଚେହେରା ସହିତ ପରିଚିତ କରାଇବା ଏବଂ ସେମାନଙ୍କୁ କିପରି ସାମ୍ନା କରିବାକୁ ହୁଏ ତାହା ଶିଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ପିଲାଙ୍କୁ ଶିକ୍ଷା ଦେବାର କଥା ଆସେ ତେବେ ବାପାମାଆ ଏବଂ ଶିକ୍ଷକମାନଙ୍କ ଅପେକ୍ଷା ଅନ୍ୟ କେହି ଏହାକୁ ଭଲଭାବେ କରିପାରିବେ ନାହିଁ।

Advertisment

ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍‌ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।

ଏହା ହେଉଛନ୍ତି ଜଣେ ଭାରତୀୟ ଶିକ୍ଷୟିତ୍ରୀ ଯିଏ ପିଲାମାନଙ୍କୁ ଏଭଳି ଶିକ୍ଷା ଦେଇ ଏତେ ଚର୍ଚ୍ଚାରେ ଅଛନ୍ତି। ଏପରି ପରିସ୍ଥିତିରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ଭାରତର ପ୍ରତ୍ୟେକ ବିଦ୍ୟାଳୟରେ ଏପରି ଶିକ୍ଷକ ରହିବା ଆବଶ୍ୟକ ବୋଲି ମତ ଦେଉଛନ୍ତି।

Advertisment

ନିକଟରେ ଟ୍ୱିଟର ଆକାଉଣ୍ଟରେ @RoshanKrRaii ରେ ଏହି ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ଶିକ୍ଷକ ପିଲାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଉଛନ୍ତି। ଆଜିର ସମୟରେ କେବଳ ଯେ ବଡ ଝିଅମାନେ କି ମହିଳାମାନେ ଦୁଷ୍କର୍ମର ଶିକାର ହେଉ ନାହାନ୍ତି, ଛୋଟ ଝିଅମାନେ ମଧ୍ୟ କାମୁକତାର ଶିକାର ହେଉଛନ୍ତି। ତେବେ ସେମାନେ ବୁଝିପାରନ୍ତି ନାହିଁ ଯେ ସେମାନଙ୍କ ସହ କ’ଣ ହେଉଛି।

ଏହି କାରଣରୁ ଛୋଟ ପୁଅ ଏବଂ ଝିଅମାନଙ୍କୁ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ ଯେ ଗୁଡ୍ ଟଚ୍ ଓ ବ୍ୟାଡ୍ ଟଚ୍ କାହାକୁ କୁହାଯାଏ। ଯଦି ସେମାନଙ୍କ ସହ କେହି ବ୍ୟାଡ୍ ଟଚ୍ କରନ୍ତି, ତେବେ ସେମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ୍।

Advertisment

ଏହି ଭାଇରାଲ୍ ଭିଡିଓରେ ଜଣେ ଶିକ୍ଷୟିତ୍ରୀ ଛୋଟପିଲାମାନଙ୍କୁ ଏହି ଗୁଡ୍ ଟଚ୍ ଓ ବ୍ୟାଡ୍ ଟଚ୍ କ’ଣ ଶିଖାଉଛନ୍ତି। ଭିଡିଓରେ ଦେଖିବାକୁ ମିଳେ ଯେ ଯେତେବେଳେ ଶିକ୍ଷୟିତ୍ରୀ ଜଣଙ୍କ ଛୋଟ ଝିଅମାନଙ୍କ ସଂବେଦନଶୀଳ ଅଙ୍ଗରେ ହାତ ମାରୁଛନ୍ତି ପିଲାମାନେ ସଙ୍ଗେ ସଙ୍ଗେ ହାତକୁ ଛାଟିଦେଇ ଏହା ବ୍ୟାଡ୍ ଟଚ୍ ବୋଲି କହୁଛନ୍ତି।

କିନ୍ତୁ ଏହି ସମୟରେ ଶିକ୍ଷୟିତ୍ରୀ ଜଣଙ୍କ ଅଭିନୟ କରି କହୁଛନ୍ତି ଯେ ମୁଁ ତୁମକୁ ସ୍ନେହ କରୁଛି। ପିଲାମାନେ କିନ୍ତୁ ହାତକୁ ଛାଟି ଦେଇ ଏହା ବ୍ୟାଡ୍ ଟଚ୍ ଏହା କରିବା ଉଚିତ୍ ନୁହେଁ ବୋଲି କହୁଛନ୍ତି।

ଏହା ପରେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ସାବାସ ବୋଲି କହୁଛନ୍ତି। ଯେତେବେଳେ ଶିକ୍ଷୟିତ୍ରୀ ଜଣଙ୍କ ପିଲାମାନଙ୍କ ମୁହଁ କିମ୍ବା ମୁଣ୍ଡରେ ହାତ ମାରୁଛନ୍ତି, ସେତେବେଳେ ସେମାନେ ହାତକୁ ଛାଟି ଦେଉ ନାହାଁନ୍ତି। ତେବେ ଏହି ଶିକ୍ଷୟିତ୍ରୀ ଛୋଟପିଲାମାଙ୍କୁ କିପରି ଛୁଇଁବା ଦରକାର, ସେ ବିଷୟରେ ବୁଝାଉଛନ୍ତି । 

ଖବର ଲେଖାହେବା ବେଳକୁ ଏହି ଭିଡିଓରେ ୪ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି ଯେ ଅଭିଭାବକମାନେ ଆରମ୍ଭରୁ ଗୁଡ୍ ଟଚ୍-ବ୍ୟାଡ୍ ଟଚ୍ ବିଷୟରେ ଶିଖାଇବା ଉଚିତ୍, ଜଣେ ଶିକ୍ଷକଙ୍କୁ ଅପେକ୍ଷା କରିବା ଉଚିତ୍ ନୁହେଁ। ଆଉ ଜଣେ କହିଛନ୍ତି ଯେ ଏହା ଏକ ବହୁତ ଭଲ ପଦକ୍ଷେପ ଏବଂ ଏହାକୁ ଦେଶର ପ୍ରତ୍ୟେକ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯିବା ଉଚିତ।

Social Media Viral Video Trending News Ajab Gajab News Weird News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ