Advertisment

Indore Viral Girl Monalisa: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Mona Lisa Maha Kumbh: ତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା ।

ଅଦ୍ୟତନ ହୋଇଛି
 Mona Lisa Maha Kumbh

Mona Lisa Maha Kumbh

Advertisment

କୁମ୍ଭମେଳାରେ ଶ୍ୟାମଳ ସୁନ୍ଦରୀ। ହରିଣୀ ଆଖି, ଶ୍ୟାମଳ ରଙ୍ଗ। ଓଠରେ ଗୋଲାପ ପାଖୁଡ଼ା ଭଳି ହସ। ତାଙ୍କୁ ଯିଏ ଦେଖୁଛି ଘଡିଏ ଚାହୁଁଛି। ଆପଣ ଯୁବତୀଙ୍କୁ ଦେଖିଲେ ନିଶ୍ଚୟ କୌଣସି ସେଲିବ୍ରିଟି ବୋଲି ଭାବିବେ। ଆମେ କହୁଛୁ କୁମ୍ଭମେଳାର ମୋନାଲିସ।ଙ୍କ କଥା । ଯାହାଙ୍କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା। 

Advertisment

ସୌନ୍ଦର୍ଯ୍ୟ ପାଇଁ କୁମ୍ଭମେଳାରେ ଚର୍ଚ୍ଚା। ସମସ୍ତଙ୍କୁ ବିମୋହିତ କରୁଛି ମୋନାଲିସାଙ୍କ ଆଖି। ଭିଡ ଭିତରେ ବି ସମସ୍ତଙ୍କୁ ଆକର୍ଷିତ କରୁଛି। ଉତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା । ତାଙ୍କ ହସ ତାର କଥାବାର୍ତ୍ତା ଲୋକଙ୍କୁ ଏତେ ଭଲ ଲାଗୁଛି ଯିଏ ଯାଉଛି ତାଙ୍କ ସହ ପଦେ କଥା ହେଉଛି । ମୋନାଲିସାଙ୍କ ଘର ମଧ୍ୟପ୍ରଦେଶର ଇନ୍ଦୋରରେ । ସେ କୁମ୍ଭମେଳାରେ ମୋତି ମାଣିକ ଓ ରୁଦ୍ରାକ୍ଷର ମାଳା ବିକୁଛନ୍ତି । ନିଜ ଛୋଟ ଭଉଣୀ ସହ କୁମ୍ଭମେଳା ଆସିଛନ୍ତି । 

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

Advertisment

ମୋନାଲିସାଙ୍କ ‘ଏକ୍ସ’ ଆକାଉଣ୍ଟରେ ଫୋଲୋର୍ସଙ୍କ ସଂଖ୍ୟା ମଧ୍ୟ ଦୁଇ ଦିନ ଭିତରେ ବଢିଯାଇଛି । ତାଙ୍କ ଆଖି ଓ ତାଙ୍କ ହସକୁ ଲିଓନାଡୋଦା ଭିନ୍ସିଙ୍କ ପ୍ରସିଦ୍ଧ ଚିତ୍ର ମୋନାଲିସାଙ୍କ ସହ ତୁଳନା କରିଛନ୍ତି ଲୋକେ । ମୋନାଲିସା ତାଙ୍କ ଭିଡିଓରେ କୁହନ୍ତି ଯେ ସେ ଗରିବ ହୋଇପାରନ୍ତି, କିନ୍ତୁ ସ୍ବାଭିମାନର ସହ ପରିଶ୍ରମ କରି ଅର୍ଥ ରୋଜଗାର କରନ୍ତି । ଯଦିଓ ସେ ବେଶି ପଢିନାହାନ୍ତି, ତାଙ୍କର କଥାବାର୍ତ୍ତା ଓ ଚାଳିଚଳନ ଲୋକଙ୍କୁ ବେଶ ପ୍ରଭାବିତ କରିଛି।  ଲୋକେ ସୋସିଆଲ ମିଡିଆରେ ତାଙ୍କର ଫୋଟୋ ଛାଡି ପ୍ରତିକ୍ରିୟା ରଖୁଛନ୍ତି। 

ମହାକୁମ୍ଭକୁ ଆସିଥିବା ନାଗାବାବାଙ୍କ ଠୁ ମଧ୍ୟ ସେ ଖୁବ ଭାଇରାଲ ହୋଇଛନ୍ତି । ଜଣେ ସାଧାରଣ ଝିଅ କିପରି କୁମ୍ଭମେଳାରେ ସମସ୍ତଙ୍କ ହୃଦୟ ଜିତିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତାଙ୍କର ଆଖିର ସୌନ୍ଦର୍ଯ୍ୟତା ପାଇଁ ଅନେକ ଲୋକ ମୋନାଲିସାଙ୍କର ବିଶ୍ବର ସବୁଠୁ ସୁନ୍ଦର ଆଖି ଅଛି ବୋଲି କହୁଛନ୍ତି । ଗଣମାଧ୍ୟମ ପ୍ରତିନିଧି ତାଙ୍କର ଇଣ୍ଟରଭ୍ୟୁ ମଧ୍ୟ ନେଉଛନ୍ତି । ମହାକୁମ୍ଭକୁ ମାଳା ବିକିବାକୁ ଆସିଥିବା ମୋନାଲିସା ଅନେକଙ୍କ ହୃଦୟ ଜିତିପାରିଛନ୍ତି । ଭିଡ ଭିତରେ ସେ ଭିନ୍ନ ଦେଖାଯାଉଛନ୍ତି । ହାତରେ ଥିବା ଭିନ୍ନ ଭିନ୍ନ ମାଲା ଲୋକଙ୍କୁ ଦେଖାଇ ସେ ମାଳା ବିକୁଛନ୍ତି । ତାଙ୍କ ବେଶ ପୋଷାକ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରିଛି । ଲୋକେ ତାଙ୍କ ସହ ସେଲଫି ନେଉଛନ୍ତି । କିଣିବାର ଇଚ୍ଛା ନଥିଲେ ବି ଲୋକେ ତାଙ୍କଠୁ ମାଳା କିଣୁଥିବାର ଲକ୍ଷ୍ୟ କରାଯାଉଛି। ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ଏବଂ କଟ୍ରିନା କୈଫଙ୍କ ସହ ମୋନାଲିସାଙ୍କୁ ତୁଳନ୍ତା କରୁଛନ୍ତି ଲୋକେ । ମାଳା ବିକି ସେ ଯେଉଁ ଅର୍ଥ ରୋଜଗାର କରନ୍ତି, ସେଥିରେ ତାଙ୍କ ପରିବାର ପୋଷନ୍ତି। 

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Mahakumbh Monalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ