ତେଲକଡ଼ାରେ ପଡ଼ିଗଲା ମୋବାଇଲ୍‌; ଆଉ ତା’ ପରେ...

ଭିଡିଓଟି ମାତ୍ର ୧୫ ସେକେଣ୍ଡର ହୋଇଥିବା ବେଳେ ଏବେ ଗୋଟିଏ ମୋବାଲରୁ ଅନ୍ୟ ଗୋଟିଏ ମୋବାଇଲ୍‌କୁ ନିଆଁ ପରି ବ୍ୟପିବାର ଲାଗିଛି । ଜଣେ ବ୍ୟକ୍ତି ଭିଡିଓଟିକୁ ମାତ୍ର ଦୁଇଦିନ ତେଳେ ପୋଷ୍ଟ କରିଛନ୍ତି । ଆଉ ବର୍ତ୍ତମାନ ଏହାକୁ ୩ ମିଲିୟନରୁ ଆଧିକ ଲୋକ ଦେଖିସାରିଛନ୍ତି ।

ଗରମ ତେଲରେ ମୋବାଇଲ୍‌

ଟିକିଏ ଅସାବଧାନତା କାରଣରୁ ଆମେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାଉ । ମତ୍ର କେଇ ସେକେଣ୍ଡ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥାଏ । ଅସାବଧାନତା ଯୋଗୁଁ ଆପଣଙ୍କ ସହ ନିଶ୍ଚୟ ଏମିତି କିଛି ଅଘଟଣ ଘଟିଥିବ ଯାହା ସବୁଦିନ ପାଇଁ ଆପଣଙ୍କ ମନରେ ରହିଯାଇଥିବ ।

ଆଜ୍ଞା ହଁ ସେମିତି କିଛି ଘଟଣା ନିକଟରେ ଜଣେ ମହିଳାଙ୍କ ସହ ଘଟିଛି । ଯାହା ବାର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଭିଡିଓଟି ମାତ୍ର ୧୫ ସେକେଣ୍ଡର ହୋଇଥିବା ବେଳେ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ଗୋଟିଏ ମୋବାଇଲ୍‌କୁ ନିଆଁ ପରି ବ୍ୟାପିବାର ଲାଗିଛି । ଜଣେ ବ୍ୟକ୍ତି ଭିଡିଓଟିକୁ ମାତ୍ର ଦୁଇଦିନ ତେଳେ ପୋଷ୍ଟ କରିଛନ୍ତି । ଆଉ ବର୍ତ୍ତମାନ ଏହାକୁ ୩ ମିଲିୟନରୁ ଆଧିକ ଲୋକ ଦେଖିସାରିଛନ୍ତି ।

ଭିଡିଓଟିରେ ଜଣେ ମହିଳା କିଚେନ୍‌ରେ କିଛି ରୋଷେଇ କରୁଥିବା ଦେଖିବାକୁ ମିଳୁଛନ୍ତି । ସେହି ସମୟରେ ମହିଳା ଜଣକ ତାଙ୍କ ପକେଟରୁ ଫୋନ୍‌ଟିକୁ ବାହାରକରୁଛନ୍ତି । ଫୋନ୍‌ଟିକୁ ପକେଟରୁ ବାହାର କରିବା ସମୟରେ ଅସାବଧାନତା କାରଣରୁ ଫୋନ୍‌ଟି ଗୋଟିଏ ତେଲ କଡେଇ ଭିତରେ ପଡ଼ିଯାଉଛି ।

ଆଉ ସେହି ସମୟରେ ମହିଳା ଜଣକ ଫୋନ୍‌ଟିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ଫୋନ୍‌ଟି ତେଲ କଡେଇରୁ ବାହାରି ସାରିବା ପରେ ଏକ ଭିନ୍ନ ଧରଣର ଚମକି ପଡ଼ୁଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟିକୁ ୧୯ଶହରୁ ଅଧିକ ୟୁଜର୍ସ ସେୟାର କରିଥିବା ବଳେ ୨୧ ହଜାର ୩ଶହ ଲାଇକ୍‌ ଓ ଅନେକ ଲୋକ କମେଣ୍ଟ କରିଛନ୍ତି ।