ବାଣ କାରିଗରଙ୍କ ଅଦ୍ଭୁତ କଳା ! ବାଣରେ ସ୍ୱର୍ଗକୁ ପକାଇଲେ ସିଡ଼ି, ଦେଖନ୍ତୁ ଭିଡିଓ...

ସ୍ୱର୍ଗକୁ ସିଡ଼ି ପକାଇବା କଳା ପ୍ରାୟ ୧୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

Stairs To Heaven

ଚୀନ୍‌ କଳାକାରଙ୍କ ଅଦ୍ଭୁତ କଳା । ଏମିତି କଳାକୁ ସମସ୍ତେ କରୁଛନ୍ତି ପ୍ରଶଂସା । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । କଳାକାରଙ୍କ କ୍ରିଏଟିଭିଟି ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ତାଙ୍କର ଏଭଳି ଚିନ୍ତାଧାରାକୁ ବି ସମସ୍ତେ ସାଧୁବାଦ ଜଣାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, କଳାକାର ଜଣକ ଆକାଶକୁ ସିଡ଼ି ପକାଇଛନ୍ତି । ତାହା ପୁଣି ରଙ୍ଗୀନ ବାଣ ସାହାଯ୍ୟରେ । ଅନେକ ଏହାକୁ ସ୍ୱର୍ଗକୁ ସିଡ଼ି ବୋଲି କହିଛନ୍ତି । ତେବେ ଏହାକୁ ପ୍ରସ୍ତୁତ କରିଥିବା କଳାକାର ଜଣକ ହେଉଛନ୍ତି ଜଣେ ବିଶିଷ୍ଟ ବାଣ କାରିଗର । ତାଙ୍କ ନାଁ Cai Guo-Qiang ।

ତେବେ ଏହି ସ୍ୱର୍ଗକୁ ସିଡ଼ି ପକାଇବା କଳା ପ୍ରାୟ ୧୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । କଳାକାର ଜଣକ ନିଜ ମାଆଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଏଭଳି କଳା ପ୍ରଦର୍ଶନ କରିଥିଲେ ବା ବାଣ ତିଆରି କରିଥିଲେ । ସେ ତାଙ୍କ ମାଆଙ୍କୁ ଖୁବ୍‌ ଭଲ ପାଆନ୍ତି । ପରିବାରରେ ମାଆ ହିଁ ଜଣେ ଥିଲେ, ଯିଏ କି ତାଙ୍କୁ ଏଭଳି ବାଣ କାରିଗର ହେବା ପାଇଁ ସମର୍ଥନ କରିଥିଲେ । ଆଉ ସବୁବେଳେ ସହଯୋଗ କରୁଥିଲେ ।

ତେବେ ଏହି ସ୍ୱର୍ଗକୁ ସିଡ଼ି ଭିଡିଓ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଅନ୍ୟପଟେ ଏଭଳି କଳାକୁ ଭୁରି ଭୁରି ପ୍ରଶଂସା ମଧ୍ୟ କରୁଛି ।

ରିପୋର୍ଟ ଅନୁସାରେ, ଏହି ସ୍ୱର୍ଗକୁ ସିଡ଼ିର ଲମ୍ବା ପ୍ରାୟ ୫୦୨ ମିଟର ବୋଲି ଜଣାପଡ଼ିଛି । ବାରୁଦ ଏବଂ ତମ୍ବା ତାର ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଏକ ହଟ୍‌ ଏୟାର ବେଲୁନ୍‌ ମାଧ୍ୟମରେ ପ୍ରଥମେ ଆକାଶକୁ ଛଡ଼ାଯାଇଥିଲା ।ସବୁଠାରୁ ବଡ଼ କଥା ହେଲା, ଏହାକୁ ନେଇ OTT ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟରି ମଧ୍ୟ ପ୍ରସ୍ତୁତ କରିଛି । 

ଏହାକୁ ପ୍ରସ୍ତୁତ କରିବାକୁ ଯାଇ ପ୍ରଥମ ଦୁଇ ଥର ବିଫଳ ହୋଇଥିଲେ କଳାକାର ଜଣକ । ତା’ପରେ ତୃତୀୟ ଥର ପ୍ରତ୍ୟେକ ତ୍ରୁଟି ଉପରେ ଧ୍ୟାନ ଦେଇଥିଲେ ଆଉ ସଫଳ ହୋଇଥିଲେ । ପ୍ରଥମ ଥର ସେ ୧୯୯୪ରେ ଏହାକୁ ପ୍ରସ୍ତୁତ କରିଥିଲେ । ଯାହାକି ବିଫଳ ହୋଇଥିଲା । ଅର୍ଥାତ ପବନ ଏହାକୁ  ଉଡ଼େଇ ନେଇଥିଲା । ତାପରେ ସେ ୨୦୦୧ରେ ଏହାକୁ ପୁଣି ଟ୍ରାଏ କରିଥିଲେ । ହେଲେ ପ୍ରଶାସନ ଏହାକୁ ପରୀକ୍ଷା ପାଇଁ ଅନୁମତି ଦେଇନଥିଲା । କାରଣ ସେତେବେଳେ ୯/୧୧ ଆଟାକ୍ ସାରା ଦେଶକୁ ସ୍ତବ୍ଧ କରିଥିଲା । ଆଉ ସମସ୍ତେ ଏଥିପାଇଁ ସତର୍କତା ଅବଲମ୍ବନ କରୁଥିଲେ ।