Mini Bus
ଦିଲ୍ଲୀରେ ମିନି ବସ ଡ୍ରାଇଭରଙ୍କ ଅମାନବୀୟ କାଣ୍ଡ । ଜଣେ ବ୍ୟକ୍ତି ବସ ବନେଟରେ ଚଢିଥିବା ଅବସ୍ଥାରେ ଅନେକ ବାଟ ଘୋଷାଡ଼ି ନେଲା ଡ୍ରାଇଭର । ଗତକାଲି ରାତିରେ ଏହି ଘଟଣା ଘଟିଛି । ଭିଜୁଆଲ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଘଟଣା ଦିଲ୍ଲୀ ଲାଜପତ ନଗର ରିଂରୋଡ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।
ପ୍ରଥମେ ମିନିବସ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଏହାପରେ ଗାଡ଼ିକୁ ଅଟକାଇବାକୁ ସେ ଗାଡ଼ିର ବନେଟ ଉପରେ ଚଢ଼ି ଯାଇଥିଲେ । ତେବେ ଗାଡ଼ି ରୋକିବା ବଦଳରେ ଡ୍ରାଇଭର ଗାଡ଼ି ଚଳାଇଥିଲେ । ଫଳରେ ଅନେକ ବାଟ ବିପଦପୂର୍ଣ୍ଣ ଭାବେ ବନେଟ ଆଗରେ ଝୁଲି ରହିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ଗାଡ଼ିରୁ ବ୍ୟକ୍ତି ଜଣକ ପଡ଼ିଯିବା ପରେ ମିନିବସ ନେଇ ଡ୍ରାଇଭର ଫେରାର ହୋଇଯାଇଥିଲେ । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mini_Bus_1702905605.jpg)