Dehradun Defence College
ବାଦଲ ଫଟା ବର୍ଷା ବିତ୍ପାତ ଆଣିଛି । ହିମାଚଳ ପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସୋଲନ ଜିଲ୍ଲାର ଜାଡୋନ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ସିମଲା ସମର ହିଲ୍ ଶିବମନ୍ଦିର ପାଖରେ ଭୂସ୍ଖଳନରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।
ସିମଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ହୋଇଥିବା ଭୂସ୍ଖଳନରେ ମାଟି ଅତଡା ତଳେ ୨୦ରୁ ୩୦ ଜଣ ଦବି ରହିଥିବା ସୂଚନା ମିଳିଛି । ଅନେକ ଘର ମାଟିତଲେ ଦବିଯାଇଛି । ସେପଟେ ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।
ଅଧିକ ପଢ଼ନ୍ତୁ: ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ, ଧୋଇଗଲା ଘର
ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି, କଲେଜ ଆଗରେ ବହୁତ ଜୋର୍ରେ ପାଣି ଚାଲୁଛି । ପାଣିର ପ୍ରଖର ସ୍ରୋତର ଶବ୍ଦ ମଧ୍ୟ ଶୁଣାଯାଉଛି । ମାତ୍ର କିଛି ସେକେଣ୍ଡ ପରେ ଡିଫେନ୍ସ କଲେଜ ବିଲ୍ଡିଂ ଧୀରେ ଧୀରେ ଦବିବାକୁ ଲାଗୁଛି । ପରେ ହଠାତ୍ ଭୁଶୁଡ଼ି ପଡ଼ୁଛି ।
ପ୍ରକୃତିର ଏହି ତାଣ୍ଡବକୁ ଯେ କେହିବି ଦେଖିବେ ସେହି ସମୟର ଚିତ୍ର କେତେଯେ ଭୟଙ୍କର ତା’କୁ ଅନୁଭବ କରିପାରିବେ । ପିଟିଆଇ ପକ୍ଷରୁ ଭିଡିଓଟିକୁ ସୋସିଆଲ ମିଡିଆ Xରେ ସେୟାର କରାଯାଇଛି । ଯାହାକି ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଅନେକ ଦର୍ଶକ ଭିଡିଓଟିରେ ସେମାନଙ୍କ ମତାମତ ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691997222.jpg)