• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜୀବନ ସାଥୀ ଖୋଜିଦେଲେ ମହିଳା ଦେବେ ୪ ଲକ୍ଷ ଟଙ୍କା । ଏକାକୀ ଜୀବନ ବିତାଉଥିବା ମହିଳା ଦେଇଛନ୍ତି ଏଭଳି ବମ୍ପର ଅଫର୍‌ । ଆମେରିକାରେ ଜଣେ ମହିଳା ଏଭଳି ଘୋଷଣା କରିଥିବା ନିୟୁର୍କ ପୋଷ୍ଟରୁ ଜଣାପଡ଼ିଛି ।

ଆମେରିକାର ଜଣେ ୩୫ ବର୍ଷୀୟ ମହିଳା ଏହି ଅଫର୍‌ ଦେଇଛନ୍ତି । ତାଙ୍କ ନାମ ଇଭ୍‌ ଟିଲେ-କୋଲ୍‌ସନ୍‌ । ସେ ଲସ୍‌ ଏଞ୍ଜେଲ୍‌ସ୍‌ରେ କର୍ପୋରେଟ୍‌ ଲିଟିଗେସନ୍‌ ଆର୍ଟର୍ଣ୍ଣି ଭାବେ କାର୍ଯ୍ୟ କରନ୍ତି। ସ୍ୱାମୀ ଖୋଜିବା ପାଇଁ ଟିକ୍‌ଟକ୍‌ ଆପ୍‌ର ସାହାଯ୍ୟ ନେଇଛନ୍ତି । ସେ ‘ଟିକ୍‌ ଟକ୍‌’ରେ ଭିଡିଓ ପୋଷ୍ଟ କରି ବିବାହ କରିବା ପାଇଁ ଭଲ୍ ବର୍‌ଟିଏ ଖୋଜି ଦେବା ପାଇଁ ନିବେଦନ କରିଛନ୍ତି । ତାଙ୍କର ‘ଟିକ୍‌ ଟକ୍‌’ରେ ୧୦୦୦,୦୦୦ ଫଲୋୟର୍ସ ଅଛନ୍ତି ।

 

ଏହାପୂର୍ବରୁ ସେ ନିଜ ବନ୍ଧୁମା ଏବଂ ବସ୍‌ଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପଯୁକ୍ତ ଲାଇଫ୍‌ ପାର୍ଟନର ନ ମିଳିବାରୁ ସେ ଏହି ‘ଅଫର୍‌’କୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇଭ୍‌ ଟିଲେ-କୋଲ୍‌ସନ୍‌ କହିଛନ୍ତି, ଯଦି କେହି ମୋ ପସନ୍ଦ ଅନୁସାରେ ମୁଁ ବାହା ହେବାକୁ ଚାହୁଁଥିବା ବର ଖୋଜି ଦେଇ ପାରିବ, ତେବେ ମୁଁ ତାଙ୍କୁ ୫୦୦୦ ଡଲାର୍‌ ଦେବି । କିନ୍ତୁ ସେ ବ୍ୟକ୍ତିଙ୍କୁ ବାହା ହୋଇ ଦୀର୍ଘ ଦିନ ଧରି ତାଙ୍କର ସ୍ତ୍ରୀ ହେବିନାହିଁ । ତାଙ୍କ ବୟସ ୨୭ରୁ ୪୦ ମଧ୍ୟରେ ହେବା ଆବଶ୍ୟକ ଏବଂ ଉଚ୍ଚତା ୬ ଫୁଟ୍‌ ହୋଇଥିବା ଦରକାର । ୨୦ ବର୍ଷ ଭିତରେ ମୁଁ ତାଙ୍କୁ ଛାଡ଼ପତ୍ର ଦେଇପାରେ । ସେଥିରେ କିଛି ଯାଏ ଆସେ ନାହିଁ, ଆପଣ ‌ବର ଯୋଗାଡ଼ କରିଦେଲେ ନିଶ୍ଚୟ ୫,୦୦୦ ଡଲାର୍‌ ଅର୍ଥାତ ୪ ଲକ୍ଷ ଟଙ୍କା ନିଶ୍ଚୟ ପାଇବେ ।

 

ଆଜିକୁ ୫ ବର୍ଷ ହେବ ସେ ଏକାକୀ ରହୁଥିଲେ । ‘ଡେଟିଙ୍ଗ୍‌ ଆପ୍‌’ରୁ ସୂଚନା ନେଇ ସେ ଅନେକ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମଧ୍ୟ ଯୋଗ୍ୟ ସ୍ୱାମୀ ପାଇନାହାନ୍ତି ବୋଲି ମଧ୍ୟ କୋଲ୍‌ସନ୍‌ କହିଛନ୍ତି ।