Advertisment

ରିଲ୍ସ ନିଶା; ରାସ୍ତାରେ ଶବ ହୋଇ ଶୋଇଥିଲେ, ଉଠିପଡ଼ି ଠୋ ଠୋ ହସିଲେ, ତା’ପରେ...

ଉତ୍ତରପ୍ରଦେଶର କସଗଞ୍ଜ ଜିଲ୍ଲାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ନିଜକୁ ମୃତ ବୋଲି ଦର୍ଶାଇଥିଲେ ମୁକେଶ। କେବଳ ସେତିକି ନୁହେଁ, ଏଥି ପାଇଁ ସେ କସଗଞ୍ଜର ବ୍ୟସ୍ତବହୁଳ ରାସ୍ତାରେ ଶବ ପରି ପଡି ରହିଥିଲେ।

ଅଦ୍ୟତନ ହୋଇଛି
Reel Disease

Reel Disease

Advertisment

ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପାଇଁ ଲୋକ କିଛି ବି କରିବାକୁ ପ୍ରସ୍ତୁତ। ରିଲ୍ସ ନିଶା ଏମିତି ଘାରିଛି ଯେ କିଛି କରିବା ପୂର୍ବରୁ ଥରେ ବି ଚିନ୍ତା କରୁନାହାନ୍ତି। ଅନେକ ସମୟରେ ଷ୍ଟଣ୍ଟ କରି ଜୀବନକୁ ବିପଦରେ ପକାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ପ୍ରାଙ୍କ କରି ଲୋକଙ୍କୁ ଭକୁଆ ବନାଉଛନ୍ତି। ଏପରି ପ୍ରାଙ୍କ କରି ଶେଷରେ ବନ୍ଧା ହୋଇଛନ୍ତି 'ରିଲ୍ସ ଷ୍ଟାର' ମୁକେଶ କୁମାର ।

Advertisment

ଉତ୍ତରପ୍ରଦେଶର କସଗଞ୍ଜ ଜିଲ୍ଲାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ନିଜକୁ ମୃତ ବୋଲି ଦର୍ଶାଇଥିଲେ ମୁକେଶ। କେବଳ ସେତିକି ନୁହେଁ, କସଗଞ୍ଜର ବ୍ୟସ୍ତବହୁଳ ରାସ୍ତାରେ ଶବ ପରି ପଡି ରହିଥିଲେ। ତାଙ୍କ ଶରୀର ଉପରେ ଏକ ଧଳା ଚାଦର ଆବୃତ ହୋଇଥିବା ବେଳେ ନାକରେ ତୁଳା ଭର୍ତ୍ତି କରାଯାଇଥିଲା । ବେକରେ ଫୁଲହାର ବି ପଡିଥିଲା। ଯାହାକୁ ଦେଖି ଲୋକେ ମୁକେଶଙ୍କୁ ମୃତ ବୋଲି ଧରି ନେଇଥିଲେ।

ତେବେ ଭିଡିଓ ଶେଷ ହେବା ମାତ୍ରେ ସେ ହଠାତ୍ ଜୀବନ୍ତ ହୋଇ ଉଠିଲେ ଓ ଜୋରରେ ହସିବାକୁ ଲାଗିଲେ। ଏହାକୁ ଦେଖି ସେଠାରେ ରୁଣ୍ଡ ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଉଠିଲେ। ଦର୍ଶକମାନେ ଅନୁଭବ କଲେ ଯେ ସେମାନଙ୍କୁ ମୁକେଶ ଠକୁଛନ୍ତି। ତେଣୁ ସେମାନେ ତୁରନ୍ତ ପୋଲିସକୁ ଏନେଇ ଜଣାଇଥିଲେ। ସର୍ବସାଧାରଣ ସ୍ଥାନରେ ବିଶୃଙ୍ଖଳା କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା। ସୋସିଆଲ୍ ମିଡିଆ Xରେ ସେୟାର କରାଯାଇଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜେଶ ଭାରତୀଙ୍କ ଅନୁଯାୟୀ ଏହି ଘଟଣା ଉତ୍ତରପ୍ରଦେଶର କାସଗଞ୍ଜର ରାଜ କୋଲ୍ଡ ଷ୍ଟୋରେଜ୍ ଅଞ୍ଚଳରେ ଘଟିଛି। ଏକ ଭିଡିଓ ବିବୃତ୍ତିରେ ସେ କହିଛନ୍ତି, ଯୁବକ ଜଣକ ରାସ୍ତାରେ ଶୋଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ତାଙ୍କ ଭିଡିଓ ମାଧ୍ୟମରେ ଲୋକଙ୍କୁ ଚକିତ କରି ଦେଇଥିଲେ। ତାଙ୍କୁ ଗିରଫ କରାଯାଇଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ସମାଲୋଚନା କରିଛନ୍ତି। ଭାଇରାଲ ହେବା ପାଇଁ ଏପରି କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହାକୁ ରିଲ୍ସ ମାନିଆ ବୋଲି କୁହାଯାଉଛି।

Advertisment

Prank Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ