Advertisment

କନ୍ୟାକୁ ଆଣିବାକୁ କାରକୁ ହେଲିକପ୍ଟର କରିଦେଲା ବର; ଗାଡ଼ି ସିଜ୍ କରି ନେଇଗଲା ପୋଲିସ, ଭିଡିଓ ଭାଇରାଲ୍

ବଜେଟ୍ କମ୍ ଥିବାରୁ ଦୁଇଭାଇ ଇଶ୍ୱର୍ଦ୍ଦିନ ଓ ପରମେଶ୍ୱର୍ଦ୍ଦିନ ବୁଦ୍ଧି ଖଟାଇ କାରକୁ ହେଲିକପ୍ଟରର ରୂପ ଦେଇଥିଲେ। ବିବାହରେ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ କଷ୍ଟୋମାଇଜଡ୍ ଗାଡି ତିଆରି କରି ବର ଏବଂ କନ୍ୟାଙ୍କୁ ଆଣିବାର ବ୍ୟବସ୍ଥା ବି କରିଥିଲେ।

ଅଦ୍ୟତନ ହୋଇଛି
Maruti Suzuki Wagon R into a helicopter

Maruti Suzuki Wagon R into a helicopter

Advertisment

ଆଜିକାଲି ବିବାହ ପାଇଁ ଅନେକ ପ୍ଲାନିଂ କରାଯାଉଛି। ପ୍ରି ୱେଡିଂ ସୁଟଠାରୁ ଆରମ୍ଭ କରି ରିସେପସନ ଯାଏ ଫଟୋ ସୁଟ୍ ଓ ଭିନ୍ନ ଢଙ୍ଗରେ ସେଲିବ୍ରେସନ କରାଯାଉଛି। ଏହାରି ଭିତରେ ଏକ ଖବର ସାମନାକୁ ଆସିଛି। ନିଆରା ବିବାହ ପାଇଁ ବର ଓ ତାଙ୍କ ଭାଇ ମିଶି କାରକୁ ହେଲିକପ୍ଟରରେ ପରିଣତ କରିଥିଲେ। ହେଲିକପ୍ଟରରେ କନ୍ୟାକୁ ଆଣିବା ପାଇଁ ସବୁ ଯୋଜନା ବି ସରିଥିଲା। ମାତ୍ର ଏହାକୁ ରଂଗ ଦେବାକୁ ନେବା ବେଳେ ପୋଲିସ ଗାଡିକୁ ଜବତ କରିବା ସହ ଦୁଇ ଭାଇଙ୍କୁ ଥାନାକୁ ନେଇଯାଇଥିଲା।

Advertisment

ଉତ୍ତରପ୍ରଦେଶର ଆମ୍ବେଦକର ନଗରର ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି। ଦୁଇ ଭାଇ ଏକ ପୁରୁଣା ମାରୁତି ସୁଜୁକି ୱାଗନ୍ ଆରକୁ ହେଲିକପ୍ଟରରେ ପରିଣତ କରିଥିଲେ। ବଜେଟ୍ କମ ଥିବାରୁ ଦୁଇଭାଇ ଇଶ୍ୱର୍ଦ୍ଦିନ ଓ ପରମେଶ୍ୱର୍ଦ୍ଦିନ ବୁଦ୍ଧି ଖଟାଇ କାରକୁ ହେଲିକପ୍ଟରର ରୂପ ଦେଇଥିଲେ। ବିବାହରେ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ କଷ୍ଟୋମାଇଜଡ୍ ଗାଡି ତିଆରି କରି ବର ଏବଂ କନ୍ୟାଙ୍କୁ ଆଣିବାର ବ୍ୟବସ୍ଥା ବି କରିଥିଲେ। ମାତ୍ର ଆକବରପୁର ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ପୋଲିସ ଗାଡିଟିକୁ ସିଜ୍ କରିବା ସହ ଦୁଇଭାଇଙ୍କୁ ଥାନାକୁ ନେଇଯାଇଥିଲା।

Advertisment

ପୋଲିସର ସୂଚନା ଅନୁଯାୟୀ, ଏହା ପରିବହନ ନିୟମକୁ ଉଲ୍ଲଂଘନ କରିଛି। କାରକୁ ହେଲିକପ୍ଟରରେ ପରିଣତ କରିବା ପାଇଁ ସେମାନେ ଅନୁମତି ମଧ୍ୟ ନେଇନଥିଲେ। ଯାହାକି ନିୟମ ବିରୁଦ୍ଧରେ। ତେବେ ଫାଇନ୍ ଦେବା ପରେ ପୋଲିସ ଗାଡିଟିକୁ ମୁକୁଲାଇ ଦେଇଥିବା ଜଣାପଡିଛି। ଏନଇ ଏଏସପି ବିଶାଳ ପାଣ୍ଡେ କହିଛନ୍ତି, ମୋଟର ଯାନ ଅଧିନିୟମର ଧାରା ୨୦୭ ଅନୁଯାୟୀ ଗାଡି ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଧିକ ସତର୍କତା ଅବଲମ୍ବନ କରୁଛି।

ଆକବରପୁର କୋତୱାଲୀ ଅଞ୍ଚଳରେ ପୋଲିସ ଯାଞ୍ଚ କରୁଥିବାବେଳେ ଦୁଇ ଭାଇ କାରକୁ ରଙ୍ଗ କରିବା ପାଇଁ ନେଉଥିଲେ। ସେମାନଙ୍କ ନିକଟରେ ଆରଟିଓ ଅନୁମତି ନଥିବାରୁ ସେମାନଙ୍କ ଗାଡିଟିକୁ ସିଜ୍ କରାଯାଇଥିଲା। ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ କାରର ଛାତରେ ହେଲିକପ୍ଟର ବ୍ଲେଡ୍ ଲଗାଯାଇଥିବା ବେଳେ ପଛପଟରେ ହେଲିକପ୍ଟର ଭଳି ଖଞ୍ଜା ଯାଇଛି। ଯାହାକି ଅବିକଳ ହେଲିକପ୍ଟର ଭଳି ଦେଖାଯାଉଛି।

Advertisment
Police Arrested 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ