Advertisment

TikTok:ଟିକଟକ୍‌ ଉପରେ ହଟିଲା ବ୍ୟାନ ? ସରକାର କହିଲେ ସତ

ଭାରତକୁ ଫେରିଲା ଟିକଟକ୍‌ ! ୫ ବର୍ଷ ପରେ ଚୀନ ଟିକଟକ୍‌ ଉପରୁ ହଟିଲା କି ବ୍ୟାନ୍ ? ଚୀନ ସହ ଭାରତର ସମ୍ପର୍କ ସୁଧୁରୁଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏସବୁ ଭିତରେ ଚୀନ୍‌ର ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ୫ ବର୍ଷ ପରେ ପୁଣି ଭାରତ ଫେରିଥିବା ନେଇ ଜୋର୍ ଧରିଛି ଚର୍ଚ୍ଚା ।

ଅଦ୍ୟତନ ହୋଇଛି
tiktok

tiktok

Advertisment

ଚୀନ ସହ ଭାରତର ସମ୍ପର୍କ ସୁଧୁରୁଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏସବୁ ଭିତରେ ଚୀନ୍‌ର ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ୫ ବର୍ଷ ପରେ ପୁଣି ଭାରତ ଫେରିଥିବା ନେଇ ସୋସିଆଲ ମିଡିଆରେ ଜୋର୍ ଧରିଛି ଚର୍ଚ୍ଚା ।

Advertisment

କାରଣ କିଛି ୟୁଜରଙ୍କର ଟିକଟକ୍ ୱେବସାଇଟ୍ ଖୋଲୁଛି । ଯାହାଫଳରେ କେନ୍ଦ୍ର ସରକାର ଟିକଟକ୍ ଉପରୁ ବ୍ୟାନ୍ ହଟାଇଥିବା କୁହାଯାଉଛି। କିନ୍ତୁ ଏହି ୱେବସାଇଟ ମୋବାଇଲରେ ଡାଉନଲୋଡ ହେଉନି । ଗୁଗଲ ପ୍ଲେ ଷ୍ଟୋର କି ଆପ୍‌ ଷ୍ଟୋରରେ ବି ଉପଲବ୍ଧ ହେଉନାହିଁ ।

ସର୍ଟ ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ଦିନେ ଭାରତରେ ଖୁବ୍ ପପୁଲାର ଥିଲା । ଲକ୍ଷ ଲକ୍ଷ ଲୋକେ ଟିକଟକ୍ ଭିଡିଓ ବନାଉଥିଲେ, ସେୟାର କରୁଥିଲେ । କିନ୍ତୁ ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତରେ ବ୍ୟାନ୍ ହୋଇଗଲା ଚୀନର ଟିକଟକ୍ । ସୁରକ୍ଷା କାରଣ ଦର୍ଶାଇ କେନ୍ଦ୍ର ସରକାର ଏହାକୁ ନିଷିଦ୍ଧ କଲେ ।

Advertisment

ହେଲେ କିଛି ଦିନ ତଳେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱିଙ୍କ ଭାରତ ଗସ୍ତ ପରେ ଓ ସଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଯିବା ପୂର୍ବରୁ ଟିକ୍‌ଟକ୍‌ ପୁଣି ଭାରତ ଫେରିଥିବା ଚର୍ଚ୍ଚା ହେଉଛି ।

ତେବେ ଟିକଟକ୍ ଉପରୁ ବ୍ୟାନ ହଟାଇବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଏପରି କୌଣସି ନିର୍ଦ୍ଦେଶ ଦିଆଯାଇନି । ଏ ପ୍ରକାର ଖବର ଭିତ୍ତିହୀନ । ଏବେ ବି ଟିକଟକ୍ ବ୍ୟାନ୍‌ ‌ଅଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Advertisment
TikTok TikTok Ban TikTok's US
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ