Bengaluru Company Looking For Chief Meme Officer Salary One Lakh Per Month
ଆପଣ ମିମ୍ସ କରିବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ବେଙ୍ଗାଲୁରୁର ଏକ କମ୍ପାନୀ ମିମ୍ସ କରୁଥିବା ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯିଏ ଭଲ ମିମ୍ସ କରି ଲୋକଙ୍କୁ ହସାଇ ପାରିବେ। ଷ୍ଟକ୍ଗ୍ରୋ (StockGro) କମ୍ପାନୀ ଜଣେ ଚିଫ୍ ମିମ୍ ଅଫିସର(Chief Meme Officer)ଙ୍କୁ ଖୋଜୁଛି। ଦରମା ମାସକୁ ୧ ଲକ୍ଷ ଟଙ୍କା। ସପ୍ତାହ ପୂର୍ବେ କମ୍ପାନୀ ପକ୍ଷରୁ LinkedInରେ ଏହି ପୋଷ୍ଟ ଶେୟାର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ... ଖାଲି ଖାଇବ ଆଉ ଶୋଇବ...
ଇଚ୍ଛୁକ ପ୍ରାର୍ଥୀଙ୍କ ଆର୍ଥିକ ବଜାର(ଫାଇନାନ୍ସ ମାର୍କେଟ୍) ଉପରେ ଭଲ ଜ୍ଞାନ ଥିବା ଆବଶ୍ୟକ। ଏହାସହ ଫାଇନାନ୍ସ ଓ ମଜାଳିଆ ଧାରା ମଧ୍ୟରେ ଭଲ ସଂଯୋଗ ରଖିବାର କ୍ଷମତା ଥିବା ଜରୁରୀ। ଖାଲି ଏତିକି ନୁହେଁ, ଆର୍ଥିକ ସମ୍ବନ୍ଧୀୟ ମଜାଳିଆ ମିମ୍ସ ମଧ୍ୟ କରିପାରୁଥିବେ। ଯେଉଁଥିରେ କୌତୁକିଆ ଶବ୍ଦର ବ୍ୟବହାର ହୋଇଥିବା। ଏସବୁକୁ ଛାଡ଼ି ଯୋଗାଯୋଗ ଓ ଟିମ୍ ସହ ଭଲ ଭାବେ କାମ କରିବାର ଦକ୍ଷତା ଯେପରି ସମ୍ପୃକ୍ତ ପ୍ରାର୍ଥୀଙ୍କର ଥିବ।
ଏହି କାର୍ଯ୍ୟ ପାଇଁ ଇଚ୍ଛୁକ ତଥା ଭଲ ମିମ୍ସ କରୁଥିବା ବ୍ୟକ୍ତି ସେମାନଙ୍କର ବନ୍ଧୁଙ୍କୁ ରେଫର୍ କରିବା ପାଇଁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି। ଯଦି କମ୍ପାନୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଏ, ତା’ହେଲେ ଏଥିପାଇଁ ରେଫର୍ କରିଥିବା ବ୍ୟକ୍ତି ଆଇପ୍ୟାଡ୍ ଜିତିପାରିବେ। ଜବ୍ ଲିଷ୍ଟିଂ ଅନୁସାରେ, ଚିଫ୍ ମିମ୍ ଅଫିସରଙ୍କ ଦାୟିତ୍ୱ କେବଳ ଲୋକଙ୍କୁ ହସାଇବା ନୁହେଁ, ବରଂ କମ୍ପାନୀର ବ୍ରାଣ୍ଡ୍ ଉପରେ ଧ୍ୟାନ ଦେବା ସହ ବାର୍ତ୍ତାର ସତ୍ୟତା ପ୍ରତି ଗୁରୁତ୍ୱ ଦେବା ଉଚିତ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1679465024.jpg)